Site icon Odisha.com

ୟୁପିଏ ସରକାର ସବୁଠାରୁ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ: ଆଡ଼ଭାନୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବରଗଡ଼,ଅକ୍ଟୋବର ୨୩(ଓଡ଼ିଶା ଡ଼ଟ୍ କମ୍) ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରାପରିଚାଳିତ ମିଳିତ ଗଣତାନ୍ତ୍ରିକ ମେଣ୍ଟ(ୟୁପିଏ) ସରକାର ଦେଶର ସବୁଠାରୁ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ସରକାର ବୋଲି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ କହିଛନ୍ତି ।

ବରଗଡ଼ ଜିଲ୍ଲାରେ ଏକ ସଭାରେ ଆଡ଼ଭାନୀ
ଭାରତ ସ୍ୱାଧିନତା ହେବା ଠାରୁ ମୁଁ ସମସ୍ତ ସରକାର ଦେଖିଛି କିନ୍ତୁ ଏହି ସରକାର ଅଧିକ ଦୁର୍ନୀତିଗ୍ରସ୍ତ, ଜନଚେତନା ଯାତ୍ରାରେ ଓଡ଼ିଶା ଆସିଥିବା ଆଡ଼ଭାନୀ ରବିବାର ବରଗଡ଼ ଜିଲ୍ଲାମୁଖ୍ୟାଳୟରେ ଏକ ସଭାରେ କହିଛନ୍ତିି ।

ଏଭଳି ସରକାରକୁ ଅଧିକଦିନ ଶାସନ କରିବାକୁ ଦିଆଗଲେ ଦେଶ ବନାମ ହୋଇଯିବ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା ଏବଂ ଅଷ୍ଟ୍ରେଲିଆ ଆିଦି ଶେଷରେ ଦୁର୍ନୀତି ଲୋକଲୋଚନକୁ ଆଣୁ ଥିବା ଲୋକଙ୍କୁ ସୁରକ୍ଷା ବୋ ପାଇଁ ଆଇନ ରହିଛି ।

କିନ୍ତୁ ଏଠାରେ ଏଭଳି ଲୋକମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଜେଲକୁ ପଠାଯାଉଛି, ସେ କହିଛନ୍ତି । ସରକାରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ସମସ୍ତ ନିଷ୍ପତ୍ତି ନେଉଥିବା ବେଳେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କେବଳ ଔପଚାରିକ ପ୍ରଧାନମନ୍ତ୍ରୀ ବୋଲି ସେ କହିଛନ୍ତି ।

ବିଶେର ବିଭିନ୍ନ ବ୍ୟାଙ୍କରେ ଭାରତର ପ୍ରାୟ ୨୫ ଲକ୍ଷ କୋଟି ଟଙ୍କାର କଳାଧନ ଗଚ୍ଛିତ ରହିଛି ଏବଂ ସେସବୁ ଫେରାଇ ଆଣିବା ଉଚିତ୍ । ଏହି ଟଙ୍କା ଦ୍ୱାରାଗ୍ରାମାଞ୍ଚଳରେ ବିଦ୍ୟୁତ , ପାନୀୟ ଜଳ, ସ୍ୱାସ୍ଥ୍ୟ ଏବଂ ଗମନାଗମନ କ୍ଷେତ୍ରରେ ବିନିଯୋଗ କରାଯାଇପାରନ୍ତା, ସେ କହିଛନ୍ତି ।

ଅଣକଂଗ୍ରେସ ଶାସିତ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ସରକାର ଅବହେଳା କରୁଥିବା ଆଡ଼ଭାନୀ ଅଭିଯୋଗ କରିଛନ୍ତି ।

ଆଡ଼ଭାନୀ ଶେଷରେ ସୁଶାସନ, ସ୍ୱଚ୍ଛ ରାଜନୀତି ତଥା ଭ୍ରଷ୍ଟାଚାର ଓ କଳାଧନ ବିରୋଧରେ ଦେଶବ୍ୟାପୀ ଜନଚେତନା ଯାତ୍ରାରେ ବାହାରିଛନ୍ତି । ଅକ୍ଟୋବର ୧୧ରେ ବିହାରରୁ ଆରମ୍ଭ ହୋଇଥିବା ଯାତ୍ରା ରବିବାର ଓଡ଼ିଶା ସୀମାରେ ପ୍ରବେଶ କରିଛି ।

ତିନିଦିନିଆ ଜନଚେତନା ଯାତ୍ରା ସମୟରେ ସେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଞ୍ଚଟି ଜନସଭାରେ ଉ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version