Site icon Odisha.com

ବିଶିଷ୍ଟ ସାହିତ୍ୟିକ ହରିହର ମିଶ୍ରଙ୍କୁ ଶାରଳା ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୪(ଓଡ଼ିଶା ଡ଼ଟ୍ କମ୍) ବିଶିଷ୍ଟ ସାହିତ୍ୟିକ, କବି ତଥା ସାରସ୍ୱତ ସାଧକ ହରିହର ମିଶ୍ରଙ୍କୁ ଚଳିତ ବର୍ଷର ଶାରଳା ପୁରସ୍କାର ପ୍ରଦାନ କରାଯାଇଛି ।

ସ୍ଥାନୀୟ ରବୀନ୍ଦ୍ରମଣ୍ଡପରେ ରବିବାର ଆୟୋଜିତ ଉତ୍ସବରେ ହିନ୍ଦି କବି ତଥା ଅନୁବାଦକ ଅଶୋକ ବାଜପେୟୀ ତାଙ୍କୁ ପୁରସ୍କାର ବାବଦରେ ଅଢେଇ ଲକ୍ଷ ଟଙ୍କା ଓ ଉପଢୌକନ ପ୍ରଦାନ କରିଛନ୍ତି ।

ଏହି ଅବସରରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ତଥା ଓଡ଼ିଶୀ ସଙ୍ଗୀତର ସାଧକ ଅରୂପଲାଲ ଘୋଷ, ସମାଜସେବା ପାଇଁ ଶ୍ରୁତି ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।

“”ସାହିତ୍ୟ ସତ୍ୟକୁ ଉନ୍ମୋଚିତ କରେ ଏବଂ ବିକଳ୍ପ ସୃଷ୍ଟି କରେ । ସାହିତ୍ୟର କଳାକୁ ଅତିକ୍ରମ କରିବାର ଶକ୍ତି ରହିଛି । ସାହିତ୍ୟ ଏକମାତ୍ର ଅନୁଶାସନ ଯାହା ନିଜ ଭାବନା ଓ ସତ୍ୟ ଉପରେ ସନ୍ଦେହ କରେ, ତେଣୁ ସାହିତ୍ୟ ହିଁ ସାଧାରଣ ଲୋକଙ୍କ ସ୍ୱର” ଏହି ଅବସରରେ ବାଜପେୟୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version