Site icon Odisha.com

ଉଗାଣ୍ଡାରେ ନିର୍ଯ୍ୟାତିତ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଅନୁରୋଧ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୪(ଓଡ଼ିଶା ଡ଼ଟ୍ କମ୍) ଆଫ୍ରିକୀୟ ରାଷ୍ଟ୍ର ଉଗାଣ୍ଡାରେ ଓଡ଼ିଶାର କେତେକ ଶ୍ରମିକ ନିର୍ଯ୍ୟାତିତ ହେଉଥିବା ଖବର ପରେ ସେମାନଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କେନ୍ଦ୍ରମନ୍ତ୍ରୀ ଭାୟାରାଲ ରବିଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି ।

ଭୁବନେଶ୍ୱର ସ୍ଥିତ କଳିଙ୍ଗ ମୋଲଡ଼ରସ୍ ନାମକ ସଂସ୍ଥା ୧୫ ଜଣ ଓଡ଼ିଆ ଶ୍ରମିକଙ୍କୁ ଉଗାଣ୍ଡାରେ ବିଶ୍ୱ ମେଟାଲସ୍ ଲିମିଟେଡ଼୍ ରେ ଠିକା ଶ୍ରମିକ ଭାବେ କାମ କରିବାକୁ ପଠାଇଥିଲା । ବର୍ତ୍ତମାନ ଚାରି ଜଣ ଫେରିଆସିଛନ୍ତି ଏବଂ ଅନ୍ୟ ୧୧ ଜଣ ସେଠାରେ ନିର୍ଯ୍ୟାତିତ ହେଉଥିବା ସେମାନେ କହିଛନ୍ତି ।

ଏହି ଶ୍ରମିକ ମାନଙ୍କୁ ଭଲ ଭାବରେ ରମା ସହିତ ଖାଦ୍ୟ ଓ ବାସଗୃହ ଦେବା ପାଇଁ କୁହାଯାଇଥିଲା କିନ୍ତୁ ସେମାନଙ୍କୁ ଅତ୍ୟନ୍ତ ୟନୀୟ ପରିବେଶରେ ନିର୍ଯ୍ୟାତିତ ହେବାକୁ ପଡ଼ୁଛି, ମୁଖ୍ୟମନ୍ତ୍ରୀ ପତ୍ରରେ ଦର୍ଶାଇଛନ୍ତି ।

ତେଣୁ ଶ୍ରମିକ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ନିଜ ସ୍ତରରେ ଘଟଣାପ୍ରତି ଧ୍ୟାନ ଦେଇ ସେଠାରେ ଥିବା ଭାରତୀୟ ଦୂତାବାସଙ୍କ ସହ ସମନ୍ୱୟ ରକ୍ଷାକରି ସେମାନଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version