Site icon Odisha.com

ବିରୋଧ ସତ୍ୱେ ମନ୍ଦିରରେ ପଶୁବଳି

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଅକ୍ଟୋବର ୨୭(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ସଂଗଠନର ବିରୋଧ ସତ୍ୱେ ଯାଜପୁର ଜିଲ୍ଲାରେ କାଳିପୂଜା ଅବସରରେ ଗୁରୁବାର ଏକ ମନ୍ଦିରରେ ପଶୁବଳି ଦିଆଯାଇଛି ।

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶତାଧିକ ପଶୁଙ୍କୁ ବଳି ଦିଆଯାଇ କାକଟପୁର ସ୍ଥିତ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ବଳି ପ୍ରଥାକୁ ବନ୍ଦ କରିବା ପାଇଁ ସଂଗଠନ ଗୁଡ଼ିକ ପକ୍ଷରୁ ଦ।ବି କରାଯାଇଥିଲେ ମଧ୍ୟ ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ଏଠାରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

“”ଏହା ଏକ ପାରମ୍ପରିକ ପ୍ରଥା”ଦଶ ବର୍ଷ ବୟସରୁ ପୂଜାରେ ଅଂଶ ଗ୍ରହଣ କରି ଆସୁଥିବା ସ୍ଥାନୀୟ ଅଞ୍ଚଳର ୪୫ ବର୍ଷ ବୟସ୍କ ମନୋଜ ସାହୁ କହିଛନ୍ତି ।

ଆମେ ଯଦି କିଛି ଚାହୁଁଛୁ ଏବଂ କିଛି ଆଣି ଦେଵୀଙ୍କୁ ଅର୍ପଣ କରୁଛୁ ତେବେ ଅଳ୍ପ ସମୟ ମଧ୍ୟରେ ଆମର ସ୍ୱପ୍ନ ପୂରଣ ହେବ, ସେ କହିଛନ୍ତି ।

ଦୁଇଟି ବଳି ଦିଆଯାଇ ମାଁ କାଳୀଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା ଏବଂ ଏଥିପାଇଁ ରାସ୍ତର ଉଭୟ ପାଶ୍ୱର୍ରେ ଲୋକଙ୍କ ପ୍ରବଳ ଗହଳି ଲାଗି ରହିଥିଲା । ପରେ ଉକ୍ତ ମନ୍ଦିରରେ ୧୪୦ରୁ ଉଦ୍ଧ୍ୱର୍ ବଳି ଦିଆଯାଇଛି ।

“”ଏହା ନୃଶଂସ ଏବଂ ଅମାନବିକତା କାର୍ଯ୍ୟ । ଆମେ ଅନ୍ଧବିଶ୍ୱାସରେ ବିଶ୍ୱାସ କରୁ କିନ୍ତୁ ବଳିପ୍ରଥା ହିନ୍ଦୁ ଧର୍ମର ଅଂଶ ବିଶେଷ ହେବା ଉଚିତ୍ ନୁହେଁ” ପିପୁଲ ଫର୍ ଏନିମଲର ଜିଲ୍ଲା ସଂପାଦକ ସୁଧାଂଶୁ ପରିଡ଼ା କହିଛନ୍ତି ।

ବଳି ଦେବା ପାଇଁ ଲୋକଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଉଛି ଏବଂ  ସମାଜରେ ଦୂର୍ନୀତି ଏହାର କାରଣ, ସେ କହିଛନ୍ତି । ଗୋଟିଏ ଛେଳିର ଦ।ମ୍ ୧୨୦୦ରୁ ୨୦୦୦ ଟଙ୍କା ହୋଇଥିବା ବେଳେ ଜଣେ ଦୁର୍ନୀତି ନ’କଲେ ବଳି ଦେଇପାରିବ କି ? ସେ ପ୍ରଶ୍ନ କରିଛନ୍ତି ।

ମନ୍ଦିରରେ ବଳି ଦିଆଯାଇଥିବାରୁ ମୁଁ ଖୁସ୍ ଏବଂ ଲୋକମାନଙ୍କ ଆଶା ପୂରଣ ହେବ ବୋଲି ମନ୍ଦିରର ପୂଜକ ଆଦିକନ୍ଦ ପଣ୍ଡା କହିଛନ୍ତି । ପୂଜା ପାଇଁ ବଳି ଜରୁରୀ, ଯେହେତୁ ଆମେ କାଳୀପୂଜା କରୁଛୁ ଏଥିପାଇଁ ବଳି ଆବଶ୍ୟକ ଓ ଏହା ଶକ୍ତିର ପ୍ରତୀକ, ସେ କହିଛନ୍ତି ।

ତେବେ ଏଭଳି ବଳି ପ୍ରଥାକୁ ମନ୍ଦିରର ଅନ୍ୟ ଜଣେ ପୂଜକ ଧୀରେନ୍ଦ୍ର ପଣ୍ଡା ବିରୋଧ କରିଛନ୍ତି । ବହୁ ବର୍ଷ ଧରି କାଳୀପୂଜା ଅବସରରେ ଏଠାରେ ଲୋକମାନେ ବଳି ଦେଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ କିମ୍ବା ଆଇନ ଏହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହାନ୍ତି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version