Site icon Odisha.com

କମ୍ପାନୀ ଜନଶୁଣାଣିକୁ ବିରୋଧ କରି ଭଙ୍ଗାରୁଜା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ଅକ୍ଟୋବର ୨୭(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାରେ ଏକ ଘରୋଇ କମ୍ପାନୀର ଜନଶୁଣାଣିକୁବିରୋଧ କରି ସ୍ଥାନୀୟ ଲୋକମାନେ ଗୁରୁବାର ସେଠାରେ ଭଙ୍ଗାରୁଜା କରିଛନ୍ତି ।

କଲ୍ୟାଣସିଂପୁର ବ୍ଲକ୍ ଅନ୍ତର୍ଗତ ସେରିଗୁମ୍ମା ପଞ୍ଚାୟତର ତୁମ୍ଭିତୋରାଇ ଗ୍ରାମରେ ଆର୍ଏସ୍ବି ମେଟାଲଟେକ୍ଲିମିଟେଡ଼୍ର ଜନ ଶୁଣାଣିକୁ ବିରୋଧ କରି ଲୋକମାନେ ସଭା ଆରମ୍ଭ ହେବା ପୂର୍ବରୁ ସେଠାରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ।

ଲୋକଙ୍କୁ ପୋଲିସ ବୁଝାସୁଝା କରିବା ପରେ ମଧ୍ୟ ସେମାନେ ଶୁଣିନଥିଲେ । ଜିଲ୍ଲାପାଳ, କଲ୍ୟାଣସିଂପୁର ତହସିଲାର ଓ ପରିବେଶ ଅଧିକାରୀ ମଞ୍ଚାସୀନ ଥିଲେ ମଧ୍ୟ ସେମାନେ କୌଣସି କଥା ନଶୁଣି ଭଙ୍ଗାରୁଜା କରିଥିଲେ ।

କେତେକ ଗ୍ରାମରେ ପଲ୍ଲୀସଭା କରାନଯାଇ କିଭଳି ଜନଶୁଣାଣି କରାଯାଉଛି ବୋଲି ସେମାନେ ଅଭିଯୋଗ କରିବା ସହ ପ୍ରଥମେ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରିବାକୁ ଦ।ବି କରିଛନ୍ତି ।

ଗ୍ରାମବାସୀ ଜମିପଟ୍ଟା ପାଇଁ ଗତବର୍ଷରୁ ଆବେଦନ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପଟ୍ଟା ଦିଆଯିବାର କୌଣସି ବ୍ୟବସ୍ଥା କରାନଯାଇ ପଲ୍ଲୀସଭା ଡ଼କାଇ କମ୍ପାନୀର ଜମି ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version