ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା
ଜଗତସିଂହପୁର, ଅକ୍ଟୋବର ୨୭(ଓଡ଼ିଶା ଡ଼ଟ୍ କମ୍) ଦୀପାବଳି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ପୋଲିସ ଗୁରୁବାର କହିଛି ।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରେପୁରପାଟଣାରେ ଘର ଉପରେ ବାଣ ପଡ଼ି ଅଗ୍ନିକାଣ୍ଡରେ ଜଣେ ଆଠ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ରାଜଧାନୀ ଭୁବନେଶ୍ୱରର ସାତଟି ସ୍ଥାନରେ ଅଗ୍ନିକାଣ୍ଡ ହୋଇଥିବା ବେଳେ ଏକ ଶହରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି । ସେହିପରି କଟକର ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାରର ଚାରି ବଖରା ଘର ପୋଡ଼ିଯାଇଛି ।
ଆହତଙ୍କ ମଧ୍ୟରୁ ୩୫ ଜଣଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ
କେତେକଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ପୁରୀ ସମୁନ୍ଦ୍ରରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply