Site icon Odisha.com

ପ୍ରକଳ୍ପ ହେବାରେ ବିଳମ୍ବ ନେଇ ପିଏସିରେ ଉ୍ବେଗ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଦୀର୍ଘଦିନ ଧରି ଶେଷ ହୋଇପାରୁ ନଥିବାରୁ ବିଧାନସଭାର ପବ୍ଳିକ୍ ଆକାଉଣ୍ଟ କମିଟି (ପିଏସି) ଉ୍ବେଗ ପ୍ରକାଶ କରିଛି ।

ଏହି ପ୍ରକଳ୍ପଗୁଡ଼ିକର କାମ ଶୀଘ୍ର ଶେଷ କରିବାକୁ ଶୁକ୍ରବାର ବିରୋଧି ଦଳ ନେତା ତଥା କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରଙ୍କୁ ପରାମର୍ଶ ଦିଆଯାଇଛି ।

ନିର୍ମାଣଧିନ ପ୍ରକଳ୍ପ ଗୁଡ଼ିକ ପାଇଁ ନିଯୁକ୍ତ ଠିକ।ଦାରଙ୍କ କାମର ନିୟମିତ ଯାଞ୍ଚ ବ୍ୟବସ୍ଥା କରାଯାଇଛି ବୋଲି ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି ।

ବୈଠକରେ ୧୦ଟି ବିଷୟ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିବା ବେଳେ ମାତ୍ର ଚାରୋଟି ବିଷୟ ଉପରେ ଆଲୋଚନା ହୋଇଛି । ବୈଠକରେ ଯୋଗ ଦେଇଥିବା ବିଧାୟକମାନେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ଲୋୟର ସୁକ୍ତେଲ ଓ ଲୋୟର ଇନ୍ଦ୍ର ପ୍ରକଳ୍ପର କାମ ୧୫ ବର୍ଷ ଧରି କାହିଁକି ଶେଷ ହୋଇପାରୁ ନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ । ପ୍ରକଳ୍ପ ପାଇଁ ଠିକ୍ରେ ସର୍ଭେ କରାଯାଇଛି କି ନାହିଁ ତାହା ସେମାନେ ଜାଣିବାକୁ ଚାହିଁଥିଲେ ।

ପ୍ରକଳ୍ପର କାମରେ ବିଳମ୍ବ ହେବାରୁ ବ୍ୟୟ ଅଟ୍ଟକଳ ବୃଦ୍ଧି ପାଉଛି । ବିଭିନ୍ନ ପ୍ରକଳ୍ପ ପାଇଁ ଠିକ୍ରେ ସର୍ଭେକରାଯାଉନଥିବା ସଭ୍ୟମାନେ ଅଭିଯୋଗ କରିଥିଲେ ।

ବୈଷୟିକ ଜ୍ଞାନ ସଂପର୍ଣ୍ଣ ବ୍ୟକ୍ତିଙ୍କ ଅଭାବ ରହୁଥିବାରୁ ସମସ୍ତ କାମ ପାଇଁ କନ୍ସଲଟାଣ୍ଟ ନିୟୁକ୍ତ କରାଯାଉଛି । ଆଉ କେତେକ କାମରେ ଅର୍ଥ ବ୍ୟବସ୍ଥା କରିବାରେ ବିଳମ୍ବ ହେବାରୁ କାମ ମଧ୍ୟ ବିଳମ୍ବ ହେଉଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଏହି ବୈଠକରେ ବୈଠକରେ ପିଏସି ସଭ୍ୟଙ୍କ ବ୍ୟତୀତ ମୁଖ୍ୟ ଶାସନ ସଚିବ, ଅର୍ଥ, ରାଜସ୍ୱ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ଓ ଆଇନ ବିଭାଗର ସଚିବମାନେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version