Site icon Odisha.com

ଅପହରଣ ମାମଲାରେ ରାଜା ଆଚାର୍ଯ୍ୟକୁ ଚାରି ବର୍ଷ ଜେଲ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୯(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ଅରୁଣମନ୍ତ୍ରୀ ଅପହରଣ ମାମଲାରେ ସ୍ଥାନୀୟ ଅଦାଲତ ଶନିବାର ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଏବଂ ତା’ର ସହଯୋଗୀ ଚଗଲାକୁ ଚାରି ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ କରିଛନ୍ତି ।

ଭୁବନେଶ୍ୱର ସହକାରୀ ଦୌରାଜଜ୍ ଲୋକନାଥ ମହାପାତ୍ର ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ସହ
ଦୁଇ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ କରିଛନ୍ତି ।

ଜରିମାନା ଅନାଦେୟ ଆଉ ଦୁଇ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ୧୭ ଜଣ ସାକ୍ଷୀଙ୍କ ବୟାନକୁ ନେଇ ଗତ ୨୦୦୯ ଅଗଷ୍ଟରୁ ଦୌରାଜଜ୍ ଙ୍କ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା ।

ଗତ ୨୦୦୯ ଅପ୍ରେଲ ୯ରେ ରାଜା ଓରଫ ସନ୍ଦିପ ଆଚାର୍ଯ୍ୟ ଏବଂ ତାର ସହଯୋଗୀ ଚଗଲା ଓରଫ ଅକ୍ଷୟ ବେହେରା ଅଭିନେତ୍ରୀ ବିଦୁଷ୍ମୀତାଙ୍କ ଭାଇ ଅରୁଣ ମନ୍ତ୍ରୀଙ୍କୁ ତାଙ୍କ ଘରୁ ଅପହରଣ କରିନେଇ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।

ଜୁଡ଼ୋ କୋଚ୍ ବିରଞ୍ଚି ଦାସ ହତ୍ୟା ମାମଲାରେ ରାଜା ପୂର୍ବରୁ ଆଜୀବନ କାରାଦଣ୍ଡାଦେଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version