Site icon Odisha.com

ମହାବାତ୍ୟା ୧୨ ବର୍ଷ ପରର ଜୀବନ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି/ ଅମରନାଥ ପରିଡ଼ା

କେନ୍ଦ୍ରାପଡ଼ା/ଜଗତସିଂହପୁର, ଅକ୍ଟୋବର ୨୯(ଓଡ଼ିଶା ଡ଼ଟ୍ କମ୍) ମହାବାତ୍ୟାର ୧୨ ବର୍ଷ ପରେ ମଧ୍ୟ ଉପକୂଳବର୍ତୀ  କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଲୋକମାନଙ୍କ ମନରୁ ସେିନର ଭୟଙ୍କର ରୂପ ଲିଭି ନଥିବା ବେଳେ ବର୍ତ୍ତମାନ ବି ସେମାନେ ବଂଚିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ।

୧୯୯୯ ମସିହା ଅକ୍ଟୋବର ୨୯ରେ ରାଜ୍ୟରେ ହୋଇଥିବା ପ୍ରଳୟଙ୍କାରୀ ବାତ୍ୟାରେ ଏହିଦୁଇଟି ଜିଲ୍ଲା ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଜିଲ୍ଲାର ପ୍ରାୟ ବାର ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଇଥିଲେ । ତେବେ ଏହି ବାର ବର୍ଷ ମଧ୍ୟରେ ଅଧିକ କ୍ଷତିଗ୍ରସ୍ତ ଏର୍ସମା ଅଞ୍ଚଳରେ ବର୍ତ୍ତମାନ ନୂଆ ଘର, ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନ ଆି ଖୋଲିଯାଇଛି ।

ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ଏକ କାରଖାନା ପ୍ରତିଷ୍ଠା ପାଇଁ ଯୋଜନା କରିଛି । ଗତ ୧୨ ବର୍ଷ ମଧ୍ୟରେ ସଂପୃକ୍ତ ଅଞ୍ଚଳରେ ବହୁତ ପରିବର୍ତ୍ତନ ହୋଇଛି, ଏର୍ସମା ଅଞ୍ଚଳରେ ଜଣେ ଶିକ୍ଷକ ବସନ୍ତ ଜେନା କହିଛନ୍ତି ।

୧୯୯୯ ଅକ୍ଟୋବର ୨୯ ରାତିରେ ସମୁଦ୍ରକୂଳିଆ ଝଟିବରି ଗ୍ରାମର ସମୀର ମଣ୍ଡଳ ଖାଇବାକୁ ଯାଉଥିବା ବେଳେ ସମୁଦ୍ରର ଭୟଙ୍କର ଶବ୍ଦ ଶୁଣିବାକୁ ପାଇଥିଲେ । ପରେ ସେ ସେଠାକୁ ଯାଇ ଦେଖିଥିଲେ ଏବଂ ପରିବାର ସହ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ ।

ତେବେ ସେ ତାଙ୍କର ବାପା, ମାଆ, ଭାଇ ଏବଂ ଭଉଣୀଙ୍କୁ ହରାଇଥିଲେ । ପରେ ପ୍ରଶାସନ ପକ୍ଷରୁ ସେ ତିନି
ଲକ୍ଷ ଟଙ୍କାର ସହାୟତା ପାଇଥିଲେ । ସେ ବର୍ତ୍ତମାନ ଗାଁରେ ଏକ ଧାନକଳ କରିଥିବା ବେଳେ ତିନି କୋଠରୀ ବିଶିଷ୍ଟ ଏକ ପକ୍କା ଘର ତିଆରି କରିଛନ୍ତି ।

ମହାବାତ୍ୟା ଲୋକଙ୍କ ମଧ୍ୟରେ ପରିବେଶ ପାଇଁ ଅଧିକ ସଚେତନତା ସୃଷ୍ଟି କରିଛି । ତେବେ ଝାଉଁବଣ ଥିବା ଅଞ୍ଚଳରେ ମହାବାତ୍ୟାର କୌଣସି ପ୍ରଭାବ ପଡ଼ିନଥିଲା । ତେଣୁ ଆମେ ବର୍ତ୍ତମାନ ଝାଉଁବଣର ସୁରକ୍ଷା କରୁଛୁ, ଏର୍ସମା ଅଞ୍ଚଳର ସବ୍ୟସାଚୀ ମହାକୁଡ଼ କହିଛନ୍ତି ।

ସେହିପରି ହିବର ଗ୍ରାମର ୨୧ ବର୍ଷ ବୟସ୍କ ସଂଜୟ ମଣ୍ଡଳ ତାଙ୍କ ପରିବାର ସହ ରହୁଥିବା ବେଳେ ମହାବାତ୍ୟା ତାଙ୍କ ଠାରୁ ମାଙ୍କୁ ଛଡ଼ାଇ ନେବା ସହ ଘର ଦ୍ୱରା ସବୁ ନଷ୍ଟ କରିଦେଇଥିଲା ।

“”ବେଳେବେଳେ ରାତିରେ ଶୋଇବା ସମୟରେ ମୁଁ ମା’ଙ୍କ କଥା ଭାବେ, ବର୍ତ୍ତମାନ ବି ଏହା ମତେ କଷ୍ଟ ଦିଏ କିନ୍ତୁ ବଂଚିବା ପାଇଁ ସଂଗ୍ରାମ ଜାରି ରଖିଛି” ସଂଜୟ କହିଛନ୍ତି ।

ମହାବାତ୍ୟା ପରେ ସଂପୃକ୍ତ ଅଞ୍ଚଳରେ ଶକ୍ତିଶାଳୀ ସମାଜ ଗଠନ ହୋଇପାରିଛି । ପୂର୍ବରୁ ଲୋକମାନେ ପରସ୍ପର ମଧ୍ୟ କ୍ୱଚିତ କଥାବାର୍ତ୍ତା ହେଉଥିଲେ କିନ୍ତୁ ବର୍ତ୍ତମାନ କେତେକ ଗ୍ରାମରେ ଲୋକମାନେ ଆଲୋଚନା କକ୍ଷ ତିଆରି କରିଛନ୍ତି ଓ ସେଠାରେ ଲୋକମାନେ ନିଜର ସମସ୍ୟା ସଂପର୍କରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି,ଜପ ଗ୍ରାମର ମାନସ ହଳଧର କହିଛନ୍ତି ।

“”ମହାବାତ୍ୟାରୁ ମୁଁ ବହୁତ କିଛି ଶିକ୍ଷାଲାଭ କରିଛି  । କେତେବେଳେ ଆମର ମୃତ୍ୟୁ ହେବ ଆମେ ଜାଣିନାହୁଁ କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ବଞ୍ଚିଛୁ ସେତେିନ ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ଓ ସମାଜକୁ ଉନ୍ନତି ପଥରେ ନେବା” ମାନସ କହିଛନ୍ତି ।

ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ପୁନଃନିର୍ମାଣ ହୋଇଯାଇଛି, ଲୋକଙ୍କ ଜୀବନ ଜୀବୀକା ଫେରିଆସିଛି ଏବଂ କ୍ଷତିଗ୍ରସ୍ତ ଲୋକମାନେ ଉନ୍ନତି ପଥରେ ଅଗ୍ରସର ହେଉଛନ୍ତି, ଏର୍ସମା ବିଧାୟକ ପ୍ରଶାନ୍ତ ମୁୁଲି କହିଛନ୍ତି ।

ତେବେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ୱେ ଜଗତସିଂହପୁ ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ପରିବାର ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତିପୂରଣ ପାଇପାରି ନାହାନ୍ତି ।

ପ୍ରାୟ ୧୮୫୦ କ୍ଷତିଗ୍ରସ୍ତ ପରିବାର କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମିଳିବାକୁ ଥିବା କ୍ଷତିପୂରଣ ରାଶି ୫୦ ହଜାର ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ।

ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଜଗତସିଂହପୁର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୭ କୋଟି ଟଙ୍କା ମିଳିଥିବା ବେଳେ ବର୍ତ୍ତମାନ ଏହି ପାଣ୍ଠିରୁ ଆହୁରି ସାତ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସହାୟତା ରାଶି ମିଳିବାକୁ ଅଛି ।

ଏର୍ସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଦେବରାଜ ବେଜ ମହାବାତ୍ୟାରେ ଦୁଇ ଭାଇଙ୍କୁ ହରାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସହାୟତା ରାଶି ପାଇନାହାନ୍ତି । ତେଣୁ ସହାୟତା ରାଶି ପାଇବା ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦେବରାଜଙ୍କ ସମେତ ଅନ୍ୟ ତିନି ଜଣ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏହି ଗ୍ରାମର ଲୋକମାନେ ବର୍ତ୍ତମାନ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ମହାବାତ୍ୟାରେ ଏହି ପଞ୍ଚାୟତର ୭୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩୮ ଜଣ ସହାୟତା ରାଶି ପାଇଛନ୍ତି ।

ବାତ୍ୟାରେ ପତ୍ନୀଙ୍କ ମୃତ୍ୟୁ ପରେ ବହୁତ ଦୁଃଖରେ ଅଛନ୍ତି ୭୮ ବର୍ଷ ବୟସ୍କ ହାଡ଼ିବନ୍ଧୁ ପ୍ରଧାନ । ସେ ବର୍ତ୍ତମାନ ଚାଲି ପାରୁନାହାନ୍ତି କି ଛିଡ଼ା ମଧ୍ୟ ହୋଇପାରୁ ନାହାନ୍ତି, ଦ।ର୍ରି୍ୟ ଯୋଗୁଁ ସେ ମୃତ୍ୟୁ ଅପେକ୍ଷାରେ ଥିବା କହିଛନ୍ତି ।

ବାତ୍ୟା ପରେ ୬୯୮୫ ଜଣ ମୃତ ବ୍ୟକ୍ତିଙ୍କ ପରିବାର ତାଲିକା ପ୍ରଶାସନର ହସ୍ତଗତ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୫୪୦୦ ଜଣଙ୍କ ପରିବାରକୁ ୭୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ସରକାରୀ ଭାବେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version