Site icon Odisha.com

ନଭେମ୍ବର ୨ରେ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,୩୦(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆସନ୍ତା ନଭେମ୍ବର ୨ ତାରିଖରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

କଟକ ସମେତ ୪ଟି ଆଞ୍ଚଳିକ କେନ୍ଦ୍ରରେ ପରୀକ୍ଷା ଫଳ ଏକାସାଙ୍ଗେ ପ୍ରକାଶ ପାଇବ । ପୂର୍ବାହ୍ନ ୧୦ଟା ସମୟରେ ପରୀକ୍ଷା ଫଳ ପୁସ୍ତିକା ମିଳିବା ସହ ୱେବ୍ ସାଇଟ୍ ରେ ଉପଲବ୍ଧ ହେବ ।

ସେହିପରି ଇଣ୍ଟରନେଟ୍ ରୁ ମଧ୍ୟ ପରୀକ୍ଷାର୍ଥିୀମାନେ ପରୀକ୍ଷାଫଳ ଜାଣିପାରିବେ । ଚଳିତ ମାସ ୧୬ ତାରିଖରେ ରାଜ୍ୟର ୨୫୪ଟି ପରୀକ୍ଷା କେନ୍ଦ୍ରରେ ସପ୍ଲିମେଣ୍ଟାରୀ ଅନୁଷ୍ଠିତ ହୋଇଥିଲା ।

ଏଥିରେ ୪୩ ହଜାର ୪୫୨ଜଣ ରେଗୁଲାର ଏବଂ ୧୩ ହଜାର ୫୭୦ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version