Site icon Odisha.com

ମହାବାତ୍ୟା ଉପରେ ଫଟୋ ପ୍ରଦର୍ଶନୀ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଅକ୍ଟୋବର ୩୦(ଓଡ଼ିଶା ଡ଼ଟ୍ କମ୍) ୧୯୯୯ରେ ହୋଇଥିବା ପ୍ରଳୟଙ୍କରୀ ମହାବାତ୍ୟାର ୧୨ ବର୍ଷ ପୂର୍ତୀ ଅବସରରେ କେନ୍ଦ୍ରାପଡ଼ାରେ ଏକ ଫଟୋ ପ୍ରଦର୍ଶନୀର ଆୟୋଜନ କରାଯାଇଛି ।

ବାତ୍ୟାରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବା ସହ ବହୁତ ଲୋକ ପ୍ରାଣ ହରାଇଥିଲେ । ପ୍ରାଣ ହରାଇଥିବା ଲୋକଙ୍କୁ ମନେପକାଇବା ଉଦ୍ଦେଶ୍ୟରେ ଜିଲ୍ଲା ନାଗରିକ ଫୋରମ ପକ୍ଷରୁ ଶନିବାରଏହି ପ୍ରର୍ଶନୀର ଆୟୋଜନ କରାଯାଇଥିବା ଫୋରମ ସଭାପତି ଅମର ବିଶ୍ୱାଳ କହିଛନ୍ତି ।

ପ୍ରଦର୍ଶନୀରେ ୪୪ଟି ଫଟୋ ପ୍ରଦର୍ଶୀତ ହୋଇଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକ ସେଠାକୁ ଯାଇ ଏହା ଖେିଛନ୍ତି । ଏଥିରେ ଜିଲ୍ଲାରେ ହୋଇଥିବା ଉଦ୍ଧାର କାର୍ଯ୍ୟ, ରିଲିଫ ଏବଂ ଥଇଥାନ ସହ ସେ ସମୟର ବିଭିନ୍ନ ଫଟୋ ସ୍ଥାନିତ ହୋଇଛି । ଗାନ୍ଧୀବାଦି ନେତା ତଥା ସମାଜସେବୀ ଦ।ମୋଦର ମଲ୍ଲିକ ଏହାକୁ ଉ୍ଘାଟନ କରିଛନ୍ତିି ।

ସେହି ସମୟରେ ଉପକୂଳବର୍ତୀ ଅଞ୍ଚଳର ମହିଳାମାନେ ଯେଭଳି ଭାବେ ବାତ୍ୟାର ସମ୍ମୁଖିନ ହୋଇଥିଲେ ଏବଂ ବର୍ତମାନ କିଭଳି ସେମାନେ ପୁଣି ଏକ ନୂଆ ଜୀବନ ଅତିବାହିତ କରୁଛନ୍ତି ସେ ସଂପର୍କରେ ଏହି ପ୍ରଦର୍ଶନୀ ସୂଚାଇଛି ।

ବାତ୍ୟା ସମୟରେ ଘଟିଯାଇଥିବା ସମସ୍ତ ଘଟଣାବଳୀକୁ ଦର୍ଶାଇବା ସମ୍ଭବ ନୁହେଁ କିନ୍ତୁ ଫଟୋ ପ୍ରଦର୍ଶନୀ ଦ୍ୱାରାଲୋକମାନେ ସେହି ସମୟର ଘଟଣାକୁ ଜାଣିପାରିବେ ବୋଲି ଫୋରମ ଉପସଭାପତି ନୀଳାଦ୍ରୀ ତ୍ରିପାଠୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version