Site icon Odisha.com

ଆନ୍ତଃରାଜ୍ୟ ଡକାୟତି ର୍ୟାକେଟ ଠାବ, ୮ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଅକ୍ଟୋବର ୩୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ତଥା ରାଜ୍ୟ ବାହାରେ ଡ଼କାୟତି ଓ ରାହାଜାନି ଘଟଣାର ସମ୍ପୃକ୍ତ ଆନ୍ତଃରାଜ୍ୟ ଡକାୟତ ଦଳର ଆଠ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୋମବାର ପୋଲିସ କହିଛି ।

ଏହାର ମୁଖ୍ୟ କୁହାଯାଉଥିବା ନୟାଗଡ଼ା ଥାନା ଶରଣକୂଳର ବୁଦ୍ଧିଆ ଓରଫ ତ୍ରିଲୋଚନ ନାୟକ ସମତେ ୮ଜଣଙ୍କୁ ରବିବାର ନିମାପଡ଼ା ପୁଲିସ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଏହି ର୍ୟାକେଟର ସଦସ୍ୟମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୨୦ରୁ ଉର୍ଦ୍ଧ୍ଵ ରାହାଜାନୀ ଓ ଡକାୟତି ଘଟଣାରେ ସମ୍ପୃକ୍ତ ଥିବାବେଳେ ସେମାନଙ୍କ ଠାରୁ ୩୦୦ ଗ୍ରାମ ସୁନା, ୬୩ ହଜାର ଟଙ୍କା, ୩ଟି ମୋଟର ସାଇକେଲ, ୧୪ଟି ମୋବାଇଲ ଓ ଶତାଧିକ ଅଧିକ ସିମ୍ କାର୍ଡ ଜବତ କରାଯାଇଛି ।

ଏମାନେ ଗତ ବର୍ଷ ଜାନୁୟାରୀ ରେ ନିମାପଡ଼ାର ଦିବ୍ୟଜ୍ୟୋତି ଅଳଙ୍କାର ମାଲିକ ଦିପ୍ତିରଞ୍ଜନ ସାହୁଙ୍କୁ ଗୁଳି କରି ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ ।

ପୁରୀ ଓ ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ବୁଦ୍ଧିଆକୁ ଗିରଫ କରିବା ପାଇଁ ପୁରୀ ଏସ୍ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version