Site icon Odisha.com

ଅଲିଭ ରିଡ଼୍ଲେଙ୍କ ସୁରକ୍ଷା ପାଇଁ ମାଛଧରା ଉପରେ କଟକଣା

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଅକ୍ଟୋବର ୩୧(ଓଡ଼ିଶା ଡ଼ଟ୍ କମ୍) ଅଲିଭ ରିଡ଼୍ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥାରେ ସାତ ମାସ ମାଛ ଧରିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।

ନଭେମ୍ବର ୧ରୁ ମଇ ୩୧ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା, ଗଞ୍ଜାମ, ବାଲେଶ୍ୱର, ପୁରୀ, ଜଗତସିଂହପୁର ଓ ଭଦ୍ରକ ଆି ଛଅଟି ଉପକୂଳ ଜିଲ୍ଲାରେ ଏହି କଟକଣା ଜାରି କରାଯାଇଛି ।

ଏହି ସମୟ ମଧ୍ୟରେ କଇଁଛମାନେ ଅଣ୍ଡା ଦେବାକୁ ଏଠାକୁ ଆସିଥାନ୍ତି ତେଣୁ କଟକଣା ଯୋଗୁଁ ସେମାନେ ସୁରକ୍ଷିତ ରହିପାରିବେ ବୋଲି ଭିତରକନିକା ଡ଼ିଏଫ୍ଓ ମନୋଜ ମହାପାତ୍ର ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ୨୦ କିଲୋମିଟର ମଧ୍ୟରେ ଅସ୍ତରଙ୍ଗରୁ ଧାମରା ପର୍ଯ୍ୟନ୍ତ ଟ୍ରଲର କିମ୍ବା ମାଛଧରା ଡ଼ଙ୍ଗା ନଚଲାଇବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।

ବେଆଇନ ଭାବେ ମାଛ ଧରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେଠାରେ ଜଙ୍ଗଲ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।

ନଭେମ୍ବରରୁ ଡ଼ିସେମ୍ବର ଅଲିଭ ରିଡ଼ଲେଙ୍କ ସଙ୍ଗମ, ଜାନୁୟାରୀ ଫେବୃୟାରୀରେ ଅଣ୍ଡ।ମାନ ଓ ମାର୍ଚ୍ଚରୁ ଅପ୍ରେଲ ଶେଷ ପର୍ଯ୍ୟନ୍ତ ଅଣ୍ଡାରୁ ଛୁଆ ଜନ୍ମନେଇ ସମୁଦ୍ର ଯିବା ପ୍ରକ୍ରିୟା ଚାଲିଥାଏ ।

ଓଡ଼ିଶା ଡ଼ଟ୍ କମ୍

Exit mobile version