Site icon Odisha.com

ଗଣଶିକ୍ଷକଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ବିଭିନ୍ନ ସ୍କୁଲରେ କାର୍ଯ୍ୟରତ ଗଣଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ନିଷ୍ପତି ଅନୁଯାୟୀ ତାଲିମଧାରୀ ଗଣଶିକ୍ଷକମାନେ ୨୫୦୦ ଟଙ୍କା ପାଉଥିବା ବେଳେ ବର୍ତମାନ ସେମାନେ ଚାରି ହଜାର ଟଙ୍କା ପାଇବେ । ୬୧୯ ଜଣ ଗଣଶିକ୍ଷକ ସ୍କୁଲ ଗୁଡ଼ିକରେ କାର୍ଯ୍ୟ କରୁଛନ୍ତି।

ସେହିପରି ତାଲିମ ପାଇନଥିବା ତଥା ଯୁକ୍ତ ଦୁଇ କିମ୍ବା ତାଠାରୁ ଅଧିକ ଶିକ୍ଷା ଲାଭ କରିଥିବା ଗଣଶିକ୍ଷକମାନେ ୨୨୫୦ ଟଙ୍କା ପାଉଥିବା ବେଳେ ବର୍ତମାନ ୩୨୦୦ ଟଙ୍କା ପାଇବେ ।

ମ୍ୟାଟ୍ରିକ ପାସ୍ କରିଥିବା ଗଣ ଶିକ୍ଷକମାନେ ୨୨୫୦ ଟଙ୍କା ପାଉଥିବା ବେଳେ ବର୍ତମାନ ସେମାନେ ୨୭୦୦ ଟଙ୍କା ପାଇବେ । ଅର୍ଥ ବିଭାଗର ଏହି ପ୍ରସ୍ତାବକୁ ସୋମବାର ଅର୍ଥମନ୍ତ୍ରୀ ଅନୁମୋଦନ କରିଥିବା ବେଳେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହା ଲାଗୁହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version