Site icon Odisha.com

ପରିମଳ ବ୍ୟବସ୍ଥାର ଉନ୍ନତି ୟୁନିସେଫ୍ର ଲକ୍ଷ୍ୟ: ହଲସଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ଉନ୍ନତି ୟୁନିସେଫ୍ର ଲକ୍ଷ୍ୟ ବୋଲି ଭାରତରେ ଅବସ୍ଥାପିତ ଏହାର ମୁଖ୍ୟ କ୍ୟାରିନ୍ ହଲସଫ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତକରି କହିଛନ୍ତି ।

ରାଜ୍ୟରେ ନବଜାତ ଶିଶୁର ସ୍ୱାସ୍ଥ୍ୟ ଓ ସୁରକ୍ଷା ଏବଂ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ସାମାଜିକ ସଂଚାର ବ୍ୟବସ୍ଥାର କିପରି ଉପଯୋଗ କରାଯାଇ ପାରିବ ଓ ଏଥିରେ ୟୁନିସେଫ କିପରି ସହାୟତା କରିପାରିବ ସେ ସଂପର୍କରେ ଆଲୋଚନା କରାଯାଇଛି ।

ବିଭିନ୍ନ ସାମାଜିକ ଓ ବିକାଶମୂଳକ ଯୋଜନାର ପ୍ରଚାର ପାଇଁ ସରକାର ପାରମ୍ପରିକ କଳାକାର ମାନଙ୍କୁ ଉପଯୋଗ କରୁଛନ୍ତି ଏବଂ ଏଥିରେ ୟୁନିସେଫ ବୈଷୟିକ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ବୋ ସଂପର୍କରେ ମୁଖ୍ୟମନ୍ତ୍ରୀ ହଲସଫଙ୍କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version