Site icon Odisha.com

ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ମଙ୍ଗଳବାର “ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ’ଆରମ୍ଭ କରାଯାଇଛି ।

ବରଗଡ଼ ଜିଲ୍ଲାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରୁଛନ୍ତି ଜିଲ୍ଲାପାଳ
ମାତୃ ଓ ଶିଶୁ ସ୍ୱାସ୍ଥ୍ୟରେ ବିକାଶ ତଥା ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ବୋ ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତି ବଦ୍ଧତାକୁ ସାକାର କରିବା ନିମନ୍ତେ ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଅଭିପ୍ରେତ ବୋଲି ଏହାର ଶୁଭାରମ୍ଭ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ଏହି ଯୋଜନାରେ ଗର୍ଭବତୀ ମହିଳାଙ୍କୁ ନିର୍ଦ୍ଧିଷ୍ଟ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ବିନା ମୂଲ୍ୟରେ ବା ସମ୍ପୂର୍ଣ୍ଣ ମାଗଣାରେ ସାଧାରଣ ପ୍ରସବ ଏବଂ ଅପରେସନ ଜନିତ ପ୍ରସବ ପାଇଁ ସମସ୍ତ ପ୍ରକାର ପରୀକ୍ଷା , ଔଷଧ ଏବଂ ଆବଶ୍ୟକ ସ୍ଥଳେ ରକ୍ତ ଆଦି ଯୋଗାଇ ଦିଆଯିବ ।

ପ୍ରସବ ନିମନ୍ତେ ଡାକ୍ତରଖାନାକୁ ନେବା ଆଣିବା କରାଯିବ । ଜନ୍ମ ପରେ ଆବଶ୍ୟକ ସ୍ଥଳେ ନବଜାତ
ଶିଶୁଙ୍କୁ ୩୦ଦିନ ପର୍ଯ୍ୟନ୍ତ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଏହି ସମୟରେ ଡାକ୍ତରଖାନାରେ ରହିଣୀ କାଳରେ ଶିଶୁଙ୍କୁ ଖାଦ୍ୟ ମଧ୍ୟ ପ୍ରଦାନ କରାଯିବ ।

ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ତରଫରୁ ୨୦୦୫ ମସିହାରୁ ଶିଶୁ ପ୍ରଜନନ କାର୍ଯ୍ୟକ୍ରମ (ଆର୍.ସି.ଏଚ୍) କାର୍ଯ୍ୟକାରୀ ହେଉଛି ।

ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡିଶା ଶେର ସମସ୍ତ ରାଜ୍ୟ ମାନଙ୍କଠାରୁ ଆଗୁଆ ରହିଛି । ତଥାପି ଗର୍ଭବତୀ ମହିଳାଙ୍କର ବିଭିନ୍ନ ଅସୁବିଧାକୁ ୂର କରିବା ଲକ୍ଷ୍ୟ ନେଇ ବର୍ତ୍ତମାନ ଏହି ନୂତନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ।

ଜନନୀ ସୁରକ୍ଷା ଯୋଜନାରେ ବାର୍ଷିକ ପ୍ରାୟ ୫ ଲକ୍ଷ ଗର୍ଭବତୀ ମହିଳା ଉପକୃତ ହେଉଛନ୍ତି । ବର୍ତ୍ତମାନ ପ୍ରସୂତୀ ମାନଙ୍କୁ ସାଧାରଣ ପ୍ରସବ ପାଇଁ ୩ଦିନ ଏବଂ ଅପରେସନ ଜନିତ ପ୍ରସବ ପାଇଁ ୭ଦିନ ପର୍ଯ୍ୟନ୍ତ
ଡାକ୍ତରଖାନାରେ ରଖାଯାଇ ମାଗଣାରେ ସମସ୍ତ ପ୍ରକାର ପରୀକ୍ଷା, ଔଷଧ , ଡାକ୍ତରଖାନରୁ ତାଙ୍କ ଘରକୁ ନେଇ ଛାଡିବାର ବ୍ୟବସ୍ଥା ରହିଛି ।

ପ୍ରାଥମିକ ପର୍ଯ୍ୟାୟରେ ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲ ବ୍ୟତିତ ରାଜ୍ୟର ସମସ୍ତ ଜିଲ୍ଲା ସହର ମହକୁମା ଡାକ୍ତରଖାନା , ଉପଖଣ୍ଡ ଡାକ୍ତରଖାନା , ଚିହ୍ନିତ ନିର୍ଦ୍ଧିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଏହି ପ୍ରକାର ସୁବିଧା ଉପଲବ୍ଧ ହେବ ।

ଏହି ନୂତନ କାର୍ଯ୍ୟକ୍ରମ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ସହିତ ଆନୁଷ୍ଠାନିକ ପ୍ରସବହାର ବୃଦ୍ଧି ତଥା ଉପଯୁକ୍ତ ଚିକିତ୍ସା ସେବାରେ ସହାୟକ ହୋଇ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ସୁୁର ପ୍ରସାରି ହୋଇ ପାରିବ ବୋଲି ଆଶା କରାଯାଉଛି ।

ବରଗଡ଼ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୩୦ଦିନ ପର୍ଯ୍ୟନ୍ତ ପ୍ରସବଜନିତ ସେବା ଏବଂ ନବଜାତ ଶିଶୁର ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ ମିଳିବ ବୋଲି ଏହାର ଉଦଘାଟନ କରି ଜିଲ୍ଲାପାଳ ଭାବଗ୍ରାହୀ ମିଶ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version