ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି ।
ଏଥିପାଇଁ ନଭେମ୍ବର ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ୧୨ ତାରିଖ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯିବ । ନଭେମ୍ବର ୩୦ରେ ଭୋଟ ଗ୍ରହଣ ଏବଂ ଡିସେମ୍ବର ୪ ରେ ଭୋଟ୍ ଗଣତି ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଉମରକୋଟର ବିଜେଡ଼ି ବିଧାୟକ ଜଗବନ୍ଧୁ ମାଝିଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି । ଜଗବନ୍ଧୁ ଏକ ସାଧାରଣ ସଭାରେ ପଟ୍ଟା ପ୍ରଦାନ କରୁଥିବାବେଳେ ଗତ ସେପ୍ଟେମ୍ବର ୨୪ରେ କେତେକ ଦୁର୍ବୃତଙ୍କ ଗୁଳି ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଓଡ଼ିଶା ଡ଼ଟ୍ କମ୍