Site icon Odisha.com

ବିଧାୟକଙ୍କ ଉପରେ ଆକ୍ରମଣକୁ ନିନ୍ଦା

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ସରକାରୀ ଅନୁଦାନରେ ନିର୍ମାଣ ହେଉଥିବା ଏକ ରାସ୍ତାର ଶୁଭଦାନକୁ କେନ୍ଦ୍ରକରି ଅତାବିରା ବିଧାୟକଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଛି ।

ବିଧାୟକ ନିହାର ରଂଜନ ମହାନନ୍ଦଙ୍କ ଉପରେ ଶାସକ ଦଳ କର୍ମୀମାନେ କରିଥିବା ଆକ୍ରମଣ ନିନ୍ଦନୀୟ ବୋଲି ଭେଡ଼େନ ବ୍ଲକ କଂଗ୍ରେସ ସଭାପତି ମଙ୍ଗଳବାର ଏକ ପ୍ରେସ ବିବୃତିରେ କହିଛନ୍ତି ।

ତାଲମେଣ୍ଡାର ରାସ୍ତା ନିର୍ମାଣ ପାଇଁ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଅନୁଦାନ ଦେବା ପାଇଁ ମହାନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଓ ଯୋଜନା ସମନ୍ୱୟ ବିଭାଗ ଏହି କାର୍ଯ୍ୟ ପାଇଁ ଅର୍ଥ ପ୍ରଦାନ କରିଥିଲେ । ତେଣୁ ବିଧାୟକ ଏହି କାର୍ଯ୍ୟ ପାଇଁ ଶୁଭ ଦେବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

ତେବେ ସ୍ଥାନୀୟ ଶାସକ ଦଳ ନେତ୍ରୀ କେଉଁ କ୍ଷମତା ବଳରେ ଏହି କାର୍ଯ୍ୟ ପାଇଁ ଶୁଭ ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି । ଏ ସଂପର୍କରେ ଲୋକମାନେ ସଂପୃକ୍ତ ନେତ୍ରୀଙ୍କୁ ପଚାରିବାରୁ ଏଥିରେ ଉତକ୍ଷିପ୍ତ ହୋଇ କର୍ମୀ ମାନଙ୍କ ଦ୍ୱାରା ବିଧାୟକଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version