• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଉପନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ତତ୍ପରତା

November 2, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ରାଜ୍ୟରେ ରାଜେନତିକ ତତ୍ପରତା ପ୍ରକାଶ ପାଇଛି ।

ଦୁର୍ବୃତଙ୍କ ଗୁଳିମାଡ଼ରେ ଗତ ସେପ୍ଟେମ୍ବର ୨୪ରେ ବିଧାୟକ ଜଗବନ୍ଧୁ ମାଝୀଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲିପଡ଼ିଛି । ତେବେ ଉପନିର୍ବାଚନରେ ଏହି ଆସନ ହାସଲ କରିବା ପାଇଁ ବିଜେଡ଼ି, ବିଜେପି ଓ କଂଗ୍ରେସ ଉଦ୍ୟମ ଆରମ୍ଭ କରିଛନ୍ତି ।

ଦଳ ଗୁଡ଼ିକ ପକ୍ଷରୁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିଜେପି ପୂର୍ବତନ ବିଧାୟକ ଧରମୁ ଗଣ୍ଡଙ୍କୁ ପାର୍ଥୀ କରିବା ପାଇଁ ଘୋଷଣା କରିଛି ।

ପୂର୍ବରୁ ଜନତା ଦଳ ପ୍ରାର୍ଥୀ ଏହି ଆସନରୁ ବିଜୟୀ ହୋଇଥିଲେ ଏବଂ ଲଗାତାର ଦୁଇ ଥର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେବେ ୨୦୦୪ ନିର୍ବାଚନରେ ବିଜେପିର ଧରମୁ ଗଣ୍ଡ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଗତ ୨୦୦୯ ନିର୍ବାଚନରେ ବିଜେଡ଼ି ବିଜେପି ମେଂଟ ଭାଙ୍ଗି ଯିବା ପରେ ଉଭୟ ଦଳ ନିଜ ନିଜର ପ୍ରାର୍ଥୀେଇଥିଲେ । ଜଗବନ୍ଧୁ ମାଝିଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ଏବଂ ସେ ବିଜେପିର ଧରମୁ ଗଣ୍ଡଙ୍କୁ ୧୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।

ଗତ ସେପ୍ଟେମ୍ବର ୨୪ରେ ଜଗବନ୍ଧୁ ଏକ ସଭାରେ ଗରିବ ଲୋକଙ୍କୁ ପଟ୍ଟା ପ୍ରଦାନ କରୁଥିବା ବେଳେ
ଦୁର୍ବୃତମାନେ ତାଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ପରେ ଏହି ଅସନଟି ଖାଲି ପଡ଼ିଛି । ମୁଖ୍ୟ ନିର୍ବାଚନ କମିଶନର ନଭେମ୍ବର ୩୦ ତାରିଖରେ ନିର୍ବାଚନ ପାଇଁଦିନ ଧାର୍ଯ୍ୟ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ନବରଙ୍ଗପୁର, ବିଧାନସଭା

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version