Site icon Odisha.com

ଉପନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ତତ୍ପରତା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ରାଜ୍ୟରେ ରାଜେନତିକ ତତ୍ପରତା ପ୍ରକାଶ ପାଇଛି ।

ଦୁର୍ବୃତଙ୍କ ଗୁଳିମାଡ଼ରେ ଗତ ସେପ୍ଟେମ୍ବର ୨୪ରେ ବିଧାୟକ ଜଗବନ୍ଧୁ ମାଝୀଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲିପଡ଼ିଛି । ତେବେ ଉପନିର୍ବାଚନରେ ଏହି ଆସନ ହାସଲ କରିବା ପାଇଁ ବିଜେଡ଼ି, ବିଜେପି ଓ କଂଗ୍ରେସ ଉଦ୍ୟମ ଆରମ୍ଭ କରିଛନ୍ତି ।

ଦଳ ଗୁଡ଼ିକ ପକ୍ଷରୁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିଜେପି ପୂର୍ବତନ ବିଧାୟକ ଧରମୁ ଗଣ୍ଡଙ୍କୁ ପାର୍ଥୀ କରିବା ପାଇଁ ଘୋଷଣା କରିଛି ।

ପୂର୍ବରୁ ଜନତା ଦଳ ପ୍ରାର୍ଥୀ ଏହି ଆସନରୁ ବିଜୟୀ ହୋଇଥିଲେ ଏବଂ ଲଗାତାର ଦୁଇ ଥର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେବେ ୨୦୦୪ ନିର୍ବାଚନରେ ବିଜେପିର ଧରମୁ ଗଣ୍ଡ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଗତ ୨୦୦୯ ନିର୍ବାଚନରେ ବିଜେଡ଼ି ବିଜେପି ମେଂଟ ଭାଙ୍ଗି ଯିବା ପରେ ଉଭୟ ଦଳ ନିଜ ନିଜର ପ୍ରାର୍ଥୀେଇଥିଲେ । ଜଗବନ୍ଧୁ ମାଝିଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ଏବଂ ସେ ବିଜେପିର ଧରମୁ ଗଣ୍ଡଙ୍କୁ ୧୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।

ଗତ ସେପ୍ଟେମ୍ବର ୨୪ରେ ଜଗବନ୍ଧୁ ଏକ ସଭାରେ ଗରିବ ଲୋକଙ୍କୁ ପଟ୍ଟା ପ୍ରଦାନ କରୁଥିବା ବେଳେ
ଦୁର୍ବୃତମାନେ ତାଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ପରେ ଏହି ଅସନଟି ଖାଲି ପଡ଼ିଛି । ମୁଖ୍ୟ ନିର୍ବାଚନ କମିଶନର ନଭେମ୍ବର ୩୦ ତାରିଖରେ ନିର୍ବାଚନ ପାଇଁଦିନ ଧାର୍ଯ୍ୟ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version