Site icon Odisha.com

ଅବସରପ୍ରାପ୍ତ ଶିକ୍ଷକ ସଂଗ୍ରହାଳୟକୁ ଦାନକଲେ ପୋଥି

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ଖୋର୍ଦ୍ଧା ଜିଲ୍ଲାର ଜଣେ ଅବସରପ୍ରାପ୍ତ ଶିକ୍ଷକ ତାଙ୍କ ଘରେ ଥିବା ବହୁ ପୁରାତନ କାଳର ତାଳପତ୍ର ପୋଥି ଗୁଡ଼ିକୁ ଏକ ସଂଗ୍ରହାଳୟକୁ ଦାନ କରିଦେଇଛନ୍ତି ।

ହରିପୁରପାଟଣା ଗ୍ରାମର ସର୍ବେଶ୍ୱର ସୁବୁଦ୍ଧି ବହୁ ମୂଲ୍ୟବାନ ପୋଥି ଗୁଡ଼ିକୁ ଯାଜପୁର ଜିଲ୍ଲା ବିଶିଷ୍ଟ ଐତିହାସିକ ନୃସିଂହ ସାହୁଙ୍କ ଦ୍ୱାରାଗଠିତ ଗଜରାଜ ସଂଗ୍ରହାଳୟକୁ ଗତ ସୋମବାର ଦାନ କରିଛନ୍ତି ।

“”ବହୁତଦିନ ଧରି ମୋ ଘରେ ଶତାଧିକ ତାଳପତ୍ର ପୋଥି ମଇଳା ହୋଇ ପଡ଼ି ରହିଥିଲା । ନିକଟରେ ଏହି ସଂଗ୍ରହାଳୟ ବିଷୟରେ ଜାଣିବା ପରେ ସେଗୁଡ଼ିକ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ମୁଁ ଦାନ କରିଛି” ଅବିବାହିତ ସର୍ବେଶ୍ୱର କହିଛନ୍ତି ।

ପୋଥି ଗୁଡ଼ିକ ମଧ୍ୟରୁ ଅଧିକାଂଶ ଦୁଇ ଶହ ବର୍ଷ ତଳର ଏବଂ ଆମ ପରିବାର ଲୋକେ ଏହାକୁ ଘରେ ସାଇତି ରଖିଥିଲେ, ସେ କହିଛନ୍ତି । ଜୀବନର ଶେଷ ମୁହୁର୍ତରେ ମୁଁ ସେଗୁଡ଼ିକୁ ସାହୁଙ୍କୁ ଦାନ କରିଛି ଏବଂ ସେ ଏଗୁଡ଼ିକୁ ସେଠାରେ ସାଇତି ରଖିବେ, ସେ କହିଛନ୍ତି ।

ଅନେକ ପୋଥିରେ ଓଡ଼ିଆ ଏବଂ ସଂସ୍କୃତ ଭାଷାରେ ଧର୍ମ, ଶ୍ଳୋକ, ପୁରାତନ ଔଷଧ ଏବଂ ଔଷଧୀୟ ବୃକ୍ଷ ସଂପର୍କରେ ଲେଖାହୋଇଛି ।

ବର୍ତମାନ ପୋଥିରେ ଥିବା ଲେଖାଗୁଡ଼ିକୁ ପଢିବାକୁ ମୁଁ ଚେଷ୍ଟା କରିବି । କୋଠରୀର ଅଭାବ ଯୋଗୁଁ ସୁବୁଦ୍ଧିଙ୍କ ଘରେ ଏସବୁ ମଇଳା ହୋଇ ପଡ଼ିରହିଥିଲା, ନୃସିଂହ ସାହୁ କହିଛନ୍ତି ।

ସୁବୁଦ୍ଧି ଦାନ କରିଥିବା ପୋଥି ମଧ୍ୟରୁ କେତେକ ଆମ ରାଜ୍ୟରେ ପ୍ରଥମ ଏବଂ ଅନ୍ୟ କେତେକ ଦେଶରେ ମଧ୍ୟ ପ୍ରଥମ । ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସେଗୁଡ଼ିକ ମଧ୍ୟରୁ କେତେକ ହଳିଆ ରଙ୍ଗର ହୋଇଯାଇଛି, ନୃସିଂହ କହିଛନ୍ତି ।

ଜଣେ ଐତିହାସିକ ତଥା ବୌଦ୍ଧ ଧର୍ମର ଗବେଷକ ଭାବରେ ସାହୁ ପୁରୁଣା ବହି, ଡ଼ାକ ଟିକଟ, ଅଳଙ୍କାର, ବ୍ୟାଯନ୍ତ୍ର, ଅସ୍ତ୍ର, ଆଦିବାସୀ ଅଳଙ୍କାର, ୧୯୬ଟି ଦେଶର ମୁଦ୍ରା , କଲମ ଏବଂ ବିଶିଷ୍ଟ ବ୍ୟକ୍ତଙ୍କ ଦସ୍ତଖତ ଇତ୍ୟାଦି ଗଜରାଜ ସଂଗ୍ରହାଳୟରେ ରଖିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version