Site icon Odisha.com

ଟ୍ରକ୍ ଓ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା, ୧୦ ମୃତ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ଗୁରୁବାର ଏକ ଯାତ୍ରୀବାହୀ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇ ଦଶ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ସୁଶ୍ରୀ ନାମକ ବସ୍ ବରଗଡ଼ରୁ ରାଉରକେଲା ଯାଉଥିବା ବେଳେ ଛଅ ନମ୍ବର ଜାତୀୟ ରାଜପଥର ବାବୁବନ୍ଧ ଗାଁ ନିକଟରେ ଟ୍ରକ୍ ସହ ଧକ୍କା ହୋଇଥିବା ସ୍ଥାନୀୟ ଥାନା ଅଧିକାରୀ ଆର୍.କେ. ମଲ୍ଲିକ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଘଟଣାସ୍ଥଳରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନାରେ ଅନ୍ୟ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ଆହତ ୨୦ ଜଣଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଛଅ ଜଣ ପୁରୁଷ, ତିନି ଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version