Site icon Odisha.com

ଦଣ୍ଡିତ ପୂର୍ବତନ ଆଇଏଏସ୍ଙ୍କ ଘର ହେଲା ଡ଼ିସ୍ପେନ୍ସାରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଆଇଏଏସ୍ ସଂଜୀବ ରାୟଙ୍କ ବ୍ୟାଜାପ୍ତି ଘରେ ବୁଧବାର ସରକାରୀ ହୋମିଓପ୍ୟାଥି ଡ଼ିସ୍ପେନ୍ସାରୀ ଖୋଲାଯାଇଛି ।

ରାୟଙ୍କ ଗଣ୍ଡମୁଣ୍ଡା ସ୍ଥିତ ଘରେ ଏହି ଡ଼ିସ୍ପେନ୍ସାରୀ ଖୋଲାଯାଇଛି । ଭିଜିଲାନ୍ସ କୋର୍ଟ ଗତ ଅଗଷ୍ଟରେ ତାଙ୍କ ସଂପତି ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ କ୍ରମେ ଗତ ୨୮ ତାରିଖରେ କମିଶନରେଟ ପୋଲିସ ଉକ୍ତ ଘରେ ରହୁଥିବା ଲୋକଙ୍କୁ ବାହାର କରି ସିଲ୍ କରିଥିଲା ।

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଆଲତ ଗତ ଜାନୁୟାରୀ ୨୫ରେ ପୂର୍ବତନ ବୌଦ୍ଧ ଜିଲ୍ଲାପାଳ ତଥା ପୂର୍ବତନ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ) ଉପାଧ୍ୟକ୍ଷ ରାୟଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ଜରିମାନା ଆଦେଶ କରିଥିଲେ ।

ରାୟଙ୍କ ବିରୋଧରେ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ୨୦୦୧ରେ ଚଢାଉ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version