Site icon Odisha.com

ପୋସ୍କୋ, ଇଡ଼୍କୋ ଅଧିକାରୀଙ୍କ ବିରୋଧରେ ଏତଲା ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ମହିଳାଙ୍କୁ ୁର୍ବ୍ୟବହାର କରିଥିବା ପୋସ୍କୋ ଏବଂ ଇଡ଼୍କୋ ଅଧିକାରୀଙ୍କ ବିରୋଧରେ ପ୍ରକଳ୍ପ ପ୍ରସ୍ତାବିତ ନୂଆଗାଁ ଅଞ୍ଚଳର ମହିଳାମାନେ ବୁଧବାର ସ୍ଥାନୀୟ ଥାନାରେ ଏତଲା େଇଛନ୍ତି ।

ଅଧିକାରୀଙ୍କ ଦ୍ୱାରାୁର୍ବ୍ୟବହାରର ଶିକାର ହୋଇଥିବା ଶତାଧିକ ମହିଳା କୁଜଙ୍ଗ ଥାନାରେ ଏସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଅଧିକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପୋସ୍କୋର ଜମି ଅଧିଗ୍ରହଣ କାର୍ଯ୍ୟ ବନ୍ଦ କରିବୋକୁ ସେମାନେ ଧମକ େଇଛନ୍ତି ।

ପ୍ରକଳ୍ପ ପାଇଁ ଗଛ କଟା ଏବଂ ରାସ୍ତା ନିର୍ମାଣରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସକୁ ଆମେ ସହଯୋଗ କରିଆସୁଛୁ । ମଙ୍ଗଳବାର ଅଧିକାରୀମାନେ ଆସିଥିବା ବେଳେ କ୍ଷତିପୂରଣ ଅର୍ଥ ମାଗିବାରୁ ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ୃଷ୍ଟି ନେଇ ଗଛ କାଟିବା ସହ ଗୋଟିଏ ଚିଙ୍ଗୁଡ଼ି ଘେରି ଭାଙ୍ଗିଥିଲେ, ମହିଳାମାନେ ଅଭିଯୋଗ କରିଛନ୍ତି ।

ପରେ ଗ୍ରାମବାସୀମାନେ ଏହି କାର୍ଯ୍ୟକୁ ବିରୋଧି କରିଥିବା ବେଳେ ସଂପୃକ୍ତ ଅଧିକାରୀମାନେ ସେମାନଙ୍କୁ ୁର୍ବ୍ୟବହାର କରିଥିଲେ, ସେମାନେ କହିଛନ୍ତି ।

କାମ କରିଥିବା ପାରିଶ୍ରମିକ ମାଗିବାରୁ ଅଧିକାରୀମାନେ ଳିତ ବୋଲି ସମ୍ବୋଧନ କରି ମୋତେ ମଧ୍ୟ ୁର୍ବ୍ୟବହାର କରିଥିଲେ ବୋଲି ବନ୍ଦନା ମଲ୍ଲିକ ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି ।

ତେବେ ତିନି ଜଣ ମହିଳା କୁଜଙ୍ଗ ଥାନାରେ ପୋସ୍କୋ ଡ଼ିଜିଏମ୍ ଏସ୍ଏନ୍ ସିଂହ ଏବଂ ଇଡ଼୍କୋ ଡ଼ିଜିଏମ୍ ସଂଗ୍ରାମ ମହାପାତ୍ରଙ୍କ ବିରୋଧରେ ଅଲଗା ଅଲଗା ଏତଲା ।ଏର କରିଛନ୍ତି । ସଂପୃକ୍ତ ମହିଳାଙ୍କ ଅଭିଯୋଗ ମିଳିଛି ଏବଂ ପୋଲିସ ଘଟଣାର ତନ୍ତ କରୁଛି ବୋଲି କୁଜଙ୍ଗ ଥାନା ଅଧିକାରୀ ଗୁପ୍ତେଶ୍ୱର ଭୋଇ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version