Site icon Odisha.com

ଏସ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକ ଭିଜିଲାନ୍ସ ଦ୍ୱାରାଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଭିଜିଲାନ୍ସ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ(ଏସ୍ସିଇଆର୍ଟି)ର ପୂର୍ବତନ ନିର୍ଦ୍ଦେଶକ ସେବକ ତ୍ରିପାଠୀଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ।

ତାଙ୍କୁ ଶୁକ୍ରବାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ଜାମିନ୍ ନାମଞ୍ଜୁର ହୋଇଯିବାରୁ ୧୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗ ହାଜତକୁ ପଠାଇଦିଆଯାଇଛି ।

ତ୍ରିପାଠୀ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ମାର୍ଚ୍ଚ ମାସରେ ଏକ କମିଟି ଘଟଣାର ତଦନ୍ତ କରି ସେବକଙ୍କ ଅର୍ଥ ଆତ୍ମସାତ ବିଷୟରେ ଭିଜିଲାନ୍ସକୁ ରିପୋର୍ଟ ଦେଇଥିଲା ।

ରିପୋର୍ଟକୁ ଆଧାର କରି ଅଗଷ୍ଟ ୧୫ ତାରିଖ ମଧ୍ୟରେ ଭିଜିଲାନ୍ସ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ତେବେ ସେବକଙ୍କ ଜବାବ୍ ରେ ଭିଜିଲାନ୍ସ ଅସନ୍ତୋଷ ପ୍ରକାଶ କରି ତାଙ୍କ ଘର ଉପରେ ଚଢଉ କରିଥିଲା ଏବଂ ସେ ୧୧ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜାଣିବାକୁ ପାଇଥିଲା ।

ଅର୍ଥ ଆତ୍ମସାତ ଅଭିଯୋଗ ହେବାପରେ ସେବକଙ୍କୁ ଉଚ୍ଚଶିକ୍ଷା ବିଭାଗକୁ ବଦଳି କରାଯାଇଥିଲା । ୨୦୦୬ରୁ ସେ ଏସ୍ସିଇଆର୍ଟିର ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version