Site icon Odisha.com

କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ ଓ ସାର ଯୋଗାଇବାକୁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ରବି ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ ଓ ସାର ନିର୍ଦ୍ଦାରିତ ସମୟରେ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର ଭିଡ଼ିଓ କନ୍ଫରେନସିଂ ମାଧ୍ୟମରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରି ନିର୍ଦ୍ଦେଶ ଦେଇଛନ୍ତି ।

ଜଣେ ବି କ୍ଷତିଗ୍ରସ୍ତ ଚାଷୀ ଯେପରି ଏଥିରୁ ବଂଚିତ ନହୁଅନ୍ତି ସେଥିପାଇଁ ନିଶ୍ଚିତ କରିବାକୁ କୁହାଯାଇଛି । ବନ୍ୟା ଓ ମରୁଡ଼ିର ପୁନଃ ନିର୍ମାଣ ପାଇଁ ସରକାର ଯେଉଁ ପକ୍ଷେପ ନେଇଛନ୍ତି ସେସବୁକୁ ତ୍ୱରାନ୍ୱିତ ଭାବେ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଫସଲ କ୍ଷତିର ଆକଳନ ଅକ୍ଟୋବର ମାସ ସୁଦ୍ଧା ସଂପୂର୍ଣ୍ଣ କରିବା ତଥା ନଭେମ୍ବର ୧୫ ସୁଦ୍ଧା ଚାଷୀ ମାନଙ୍କୁ
କୃଷି ଉପଯୋଗି ରିହାତି ବୋ ପାଇଁ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।

ଉଠା ଜଳସେଚନ ପଏଣ୍ଟ ଗୁଡ଼ିକର ମରାମତି କରି ଫସଲ ପାଇଁ ପାଣିର ବ୍ୟବସ୍ଥା କରିବା ସହ ଝର ଓ
ନାଳରେ କ୍ରସ ବନ୍ଧ ନିର୍ମାଣ ପାଇଁ କୁହାଯାଇଛି ।

ଏହାଦ୍ୱାରାରବି ଫସଲ ପାଇଁ ମଧ୍ୟ ପାଣିର ବ୍ୟବସ୍ଥା ହୋଇପାରିବ । ମରୁଡ଼ି କ୍ଷତିଗ୍ରସ୍ତ ଜିଲ୍ଲାର ଫସଲ କଟା ରିପୋର୍ଟ ଠିକ୍ ସମାୟର େ ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନି ର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version