Site icon Odisha.com

ଭାରତ-ୱେଷ୍ଟଇଣ୍ଡିଜ୍ଦିନିକିଆ ପାଇଁ ବ୍ୟାପକ ପ୍ରସ୍ତୁତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ଚଳିତ ମାସ ୨୯ ତାରିଖରେ କଟକ ବାରବାଟୀ ଷ୍ଟାଡ଼ିୟମରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକିବସୀୟ କ୍ରିକେଟ୍ ମ୍ୟାଚ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଖେଳାଳିମାନେ ୨୭ ତାରିଖରେ ବିମାନବନ୍ଦରରେ ପହଂଚିବା ପରେ ସୁରକ୍ଷା ମଧ୍ୟରେ ହୋଟେଲ ମେ ଫେୟାର
ରହିବେ । ଏଥିପାଇଁ ୮୦ଟି ରୁମ୍ ବୁକିଂ ହୋଇସାରିଛି । ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

୨୮ ସକାଳୁ ୱେଷ୍ଟଇଣ୍ଡିଜ ଳ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ବାରବାଟୀ ଷ୍ଟାଡିୟମ୍ ଯିବେ । ପୁଣି ମଧ୍ୟାହ୍ନ ସାଢେ ୧୨ଟାରେ ଭାରତୀୟ ଦଳ ଅଭ୍ୟାସ ପାଇଁ ସେଠାକୁ ଯିବେ ।

ଖେଳାଳିଙ୍କ ଯାତାୟତ ସମୟରେ ସେହି ରାସ୍ତାକୁ ସିଲ୍ କରାଯିବ । ଗାଡିରଦୁଇପାଶ୍ୱର୍ରେ ପୋଲିସ୍ର ୨ଟି ସାର୍ପ ସୁଟର ଟିମ୍ ଯିବେ । ବ୍ୟାପକ ଯାଂଚ କରାଯିବା ପରେ ଦର୍ଶକଙ୍କୁ ଭିତରକୁ ଛଡାଯିବ । ମାଓବାଦୀ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ କୁଇକ୍ ରିଆକସନ୍ ଏବଂ ଆଂଟି ଟେରୋରିଷ୍ଟ ଟିମ୍ ନିୟୋଜିତ ରହିବେ ।

ପୂର୍ବ ବର୍ଷ ଅପେକ୍ଷା ଚଳିତ ମ୍ୟାଚ୍ରେ ଷ୍ଟାଡିୟମର ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି । ୪୫ହଜାର ଟିକେଟ୍ରବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୨୦ହଜାର ୫ଶହ ସର୍ବସାଧାରଣଙ୍କୁ ଆହ୍ଲାବା୍ ବ୍ୟାଙ୍କ ମାଧ୍ୟମରେ ବିକ୍ରି କରାଯିବ ।

୧୨ହଜାର ୭ଶହ ଟିକେଟ୍ ବିଭିନ୍ନ ଅନୁଷ୍ଠାନକୁ ବିକ୍ରି କରାଯିବ । ଅବଶିଷ୍ଟ ୧୦ ହଜାରରୁ ଉଦ୍ଧ୍ୱର୍ ଟିକେଟ୍ କମ୍ପ୍ଲିମେଂଟାରୀ ଭାବେ ଦିଆଯିବ । ନୂତନ ଭାବେ ଏସି ବକ୍ସର ବ୍ୟବସ୍ଥା କରାଯାଇଛି । ଏହାର ମୂଲ୍ୟ୫ହାଜର ଟଙ୍କା ସ୍ଥିର ହୋଇଛି । ସେହିରି କର୍ପୋରେଟ୍ ସିଟ୍ ପାଇଁ ୮ହଜାର ଟଙ୍କା ରହିଛି ।

ତିନିଦିନ ପାଇଁ ୧୫ କୋଟି ଟଙ୍କାର ବୀମା ରାଶି କରାଯାଇଛି । ସେଥିମଧ୍ୟରୁ ଖେଳାଳିଙ୍କ ପାଇଁ ୫କୋଟି ଟଙ୍କା, ଦର୍ଶକଙ୍କ ପାଇଁ ୫ କୋଟି ଟଙ୍କା ଓ ଷ୍ଟାଡିୟମ୍ର ବିଭିନ୍ନ ସରଞ୍ଜାମ ପାଇଁ ୫କୋଟି ଟଙ୍କା ସ୍ଥିର ହୋଇଛି ।

ମ୍ୟାଚ ସମୟରେ ଟ୍ରାଫିକ୍ ନିୟମକୁ ପରିବର୍ତନ କରାଯାଇଛି । ଖେଳାଳିଙ୍କ ଯିବା ଆସିବା ରାସ୍ତାରେ କୌଣସି ଗାଡିମଟର ଯିବା ଉପରେ କଟକଣା ଜାରି କରାଯିବ । ଏହାବ୍ୟତୀତ ବ୍ୟତୀତ ଭିଆଇପି ଓ ଭିଭିଆଇପିଙ୍କ ପାଇଁମଧ୍ୟ ସ୍ୱତନ୍ତ୍ର ରାସ୍ତା ଓ ସେହି ଅନୁଯାୟୀ ସ୍ୱତନ୍ତ୍ର ଫାଟକରେ ଷ୍ଟାଡିୟମକୁ ପ୍ରବେଶ କରିବେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version