Site icon Odisha.com

ପୋସ୍କୋ ଅଂଚଳରେ ରାସ୍ତା ନିର୍ମାଣକୁ ବିରୋଧ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଅଂଚଳରେ ରାସ୍ତା କାମ କରିବାକୁ ପ୍ରଶାସନ ଯୋଜନା କରିଥିବା ବେଳେ ଏହାକୁ ବିରୋଧ କରି ଢିଙ୍କିଆ ଏବଂ ଗୋବିନ୍ଦପୁର ଗ୍ରାମବାସୀମାନେ ଗୁରୁବାର ଆନ୍ଦୋଳନ କରିଛନ୍ତି ।

ଢିଙ୍କିଆ ଓ ଗୋବିନ୍ଦପୁର ଅଂଚଳର ମହିଳା ଓ ଶିଶୁ ମାନଙ୍କ ସହ ସିପିଆଇ, ସିପିଆଇଏମ୍, ଆର୍ଜେଡ଼ି, କଂଗ୍ରେସ, ଫରୱାର୍ଡ଼ବ୍ଲକ ଏବଂ ସମାଜବାୀ ପାର୍ଟି ନେତାମାନେ ରାସ୍ତା ହେବାକୁ ଥିବା ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସ୍ଥାନୀୟ ଲୋକଙ୍କ ବିନା ସହମତିରେ ସରକାର ପୋଲିସ ଦ୍ୱାରାଜୋରଜବରସ୍ତ ରାସ୍ତା କାମ କରିବାକୁ
ଚାହୁଁଛନ୍ତି ବୋଲି ରାଜନୈତିକ ଦଳର ନେତାମାନେ କହିଛନ୍ତି ।

ଉତ୍ୟକ୍ତ ଗ୍ରାମବାସୀମାନେ ଇଣ୍ଡିଆନ ଅଏଲ କର୍ପୋରେଶନର କାମ କରୁଥିବା ଏକ ମେସିନକୁ ଭଙ୍ଗାରୁଜା କରିବା ସହ ଏହାର ଡ଼୍ରାଇଭରକୁ ଆକ୍ରମଣ କରିଛନ୍ତି ।

କୌଣସି ପ୍ରକାର ଧମକ କିମ୍ବା ଚାପ ଦ୍ୱାରାପୋସ୍କୋ ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ବନ୍ଦ ହେବ ନାହିଁ, ଗ୍ରାମବାସୀମାନେ ନିଜ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି, ଆୟୋଜିତ ଏକ ସଭାରେ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ନେତା ଅଭୟ ସାହୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version