ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ରାୟଗଡ଼ା, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାର ଏକ ସ୍ଥାନରେ ଶୁକ୍ରବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ପୋଲିସ କହିଛି ।
ସିଆର୍ପିଏଫ୍ ଓ ଏସ୍ଓଜି ଯବାନ କୁମ୍ବିଂ ଅପରେଶନରେ ଯାଇଥିବା ବେଳେ ମୁନିଗୁଡ଼ା ଅନ୍ତର୍ଗତ ପାଣିଗଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା ।
ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଗୁଳିବିନିମୟ ହୋଇଥିବା ବେଳେ କେହି ମୃତାହତ ହୋଇନଥିବା ଜିଲ୍ଲା
ପୋଲିସ ମୁଖ୍ୟ ଅନୁପକ୍ରିଷ୍ଣା ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।
ଓଡ଼ଇଶା ଡ଼ଟ୍ କମ୍