Site icon Odisha.com

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସଂପତି ତାଲିକା ୱେବସାଇଟ୍ରେ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନିଜର ସ୍ଥାବର ଓ ଅସ୍ଥାବର ସଂପତି ସହିତ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସଂପତି ତାଲିକା ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ୱେବସାଇଟ୍ରେ ସବିଶେଷ ବିବରଣୀ ପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀ ତାଙ୍କ ସଂପତି ମୋଟ ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି ପ୍ରକାଶ କରିଥିବା ବେଳେ ସେଥିମଧ୍ୟରୁ ଅସ୍ଥାବର ସଂପତିର ମୂଲ୍ୟ ୧୧ କୋଟି ୮୮ ଲକ୍ଷ ୬୨ ହଜାର ଟଙ୍କା ଏବଂ ସ୍ଥାବର ସଂପତି ମୂଲ୍ୟ ୧୦ ଲକ୍ଷ ୮୬ ହଜାର ୭୬୯ ଟଙ୍କା ବୋଲି ର୍ଶାଇଛନ୍ତି ।

ଏଥିମଧ୍ୟରେ ହରିୟାଣାର ସୋହଣା ରୋଡ୍ ନିକଟରେ ଏକ ଫାର୍ମ ହାଉସ୍,ନବୀନ ନିବାସ, ନୂଆଦିଲ୍ଲୀ ସ୍ଥିତ ଆଉରଙ୍ଗଜେବ୍ ରୋଡ୍ ସ୍ଥିତ ବାସଭବନ ଓ କଟକ ଆନନ୍ଦଭବନ ପୈତୃକ ବାସଭବନରେ ତାଙ୍କ ଭାଗ ରହିଛି ।

ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ନାମରେ ୨ କୋଟି ୩୩ ଲକ୍ଷ ୬୦ ହଜାର ୩୧୬ ଟଙ୍କା,ଯୋଜନା ସମନ୍ୱୟ ଓ ଅବକାରୀ ମନ୍ତ୍ରୀ ଅନଙ୍ଗ ଉଦ ୟ ସିଂହେଓ ୨ କୋଟି ୧୦ ଲକ୍ଷ ୬୨ ହଜାର ୫୧ ଟଙ୍କା, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ତାଙ୍କ ନାଁରେ ୧ କୋଟି ୨୧ ଲକ୍ଷ ୮୧ ହଜାର ୬୧୭ ଟଙ୍କା ମୂଲ୍ୟର ସଂପତି ରହିଥିବା ଦର୍ଶାଇଛନ୍ତି ।

ସେହିପରି ମନ୍ତ୍ରୀମଣ୍ଡଳର ଅନ୍ୟ ସମସ୍ତ ସସ୍ୟଙ୍କ ସଂପତି ତାଲିକା ୱେବସାଇଟ୍ରେ ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version