Site icon Odisha.com

ସମୟସୀମା ମଧ୍ୟରେ ବନାନ ସଂଶୋଧନ ପାଇଁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୫(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ଓ ଓଡ଼ିଆ ଇଂରାଜୀ ବନାନ ସଂଶୋଧନ ସଂକ୍ରାନ୍ତୀୟ ବିଧେୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ସମୟସୀମା ମଧ୍ୟରେ ସରକାରୀ କାଗଜପତ୍ର ଓ ସାଇନବୋର୍ଡ଼ ଆଦିର ବନାନ ସଂଶୋଧନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ରାଜ୍ୟ ବାହାରେ ଯଥା ଦିଲ୍ଲୀ, ମୁମ୍ବାଇ, କୋଲକାତାରେ ଥିବା ଆବାସିକ କାର୍ଯ୍ୟାଳୟରେ ଲାଗିଥିବା ସାଇନବୋର୍ଡ଼ ଗୁଡ଼ିକରେ ସଂଶୋଧନ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଓଡ଼ିଶା ସରକାରଙ୍କ ପୋର୍ଟାଲ ସମେତ ବିଭିନ୍ନ ବିଭାଗର ପୋର୍ଟାଲ ଏବଂ ସରକାରୀ ୱେବସାଇଟ ଗୁଡ଼ିକରେ ଏହି ସଂଶୋଧନ କାର୍ଯ୍ୟ ଏକ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ । ପାଠ୍ୟପୁସ୍ତକ ଗୁଡ଼ିକରେ ଏହି ବନାନା ସଂଶୋଧନ ପରବର୍ତୀ ସଂସ୍କରଣରେ କରାଯିବ ।

ସରକାରୀ ରାଇଟିଂ ପ୍ୟାଡ଼ ଗୁଡ଼ିକ ନଷ୍ଟ ନକରି ସେଗୁଡ଼ିକ ହାତରେ ସଂଶୋଧନ କରାଯାଇ ବ୍ୟବହାର କରିବା ସହ ଏହା ଶେଷ ହେବାପରେ ନୂଆ ପ୍ୟାଡ଼ରେ ଆବଶ୍ୟକ ସଂଶୋଧନ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version