Site icon Odisha.com

ଯୁଦ୍ଧ ଜାହାଜ ଦେଖିବା ପାଇଁ ପାରାଦୀପରେ ଛାତ୍ରଛାତ୍ରୀଙ୍କ ଭିଡ଼

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦ୍ରାପଡ଼ା, ନଭେମ୍ବର ୫(ଓଡ଼ିଶା ଡ଼ଟ୍ କମ୍) ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ପାରାଦୀପ ବନ୍ଦରକୁ ଆସିଥିବା ବେଳେ ଏହା ଖେିବା ପାଇଁ ପାରାଦୀପ ବନ୍ଦରରେ ଶନିବାର ଛାତ୍ରଛାତ୍ରୀଙ୍କ ସାଧାରଣ ଲୋକଙ୍କ ଭିଡ଼ ଲାଗିଛି ।

ନୌସେନାର ଛଅଟି ଜାହାଜ ଆଇଏନ୍ଏସ୍ ଐରାବତ, ଆଇଏନ୍ଏସ୍ ଶିବାଲିକ, ଆଇଏନ୍ଏସ୍ ରଣଜିତ୍, ଆଇଏନ୍ଏସ୍ ରଣବୀର, ଆଇଏନ୍ଏସ୍ କାରମୁକ ଏବଂ କୁଠାର ଏଠାରେ ପଂହଁଚିବା ପରେ ସର୍ବସାଧାରଣଙ୍କ ଖେିବା ପାଇଁ ଅନୁମତି ଦିଆଯାଇଛି ।

ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ଧାଡ଼ିରେ ଠିଆ ହୋଇ ଜାହାଜ ଗୁଡ଼ିକୁ ଦେଖିଥିବା ବେଳେ ସେଠାରେ ଥିବା ଅଧିକାରୀମାନେ ଜାହାଜର ବିଭିନ୍ନ ସାମଗ୍ରୀ ତଥା ଯୁଦ୍ଧାସ୍ତ୍ର ବିଷୟରେ ସେମାନଙ୍କୁ ବୁଝାଇଛନ୍ତି ।

ଆମ ସ୍କୁଲର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଏହା ଦେଖିବାର ସୁଯୋଗ ପାଇଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ ଜାହାଜ ଦେଖିନଥିଲେ ବୋଲି ପାଟକୁରା ସ୍ଥିତ ମନପୁର ଉଚ୍ଚ ପ୍ରାଥମିକ ବ୍ୟିାଳୟର ଅଧ୍ୟକ୍ଷ ରମେଶ ଦାସ କହିଛନ୍ତି ।

ଯୁଦ୍ଧ ଜାହାଜ ଗୁଡ଼ିକ ଦେଖିବା ପରେ ନୌସେନାରେ ଯୋଗ ବୋକୁ ମୁଁ ସ୍ଥିର କରିଛି, କେନ୍ଦ୍ରାପଡ଼ାର ଦଶମ ଶ୍ରେଣୀ ଛାତ୍ର ବସନ୍ତ ସାହୁ କହିଛନ୍ତି ।

ପାରାଦୀପ ତଥା ଏହାର ଆଖପାଖ ଅଂଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ, ତଟରକ୍ଷୀ ବାହୀନୀ, ସାମ୍ରୁିକ ପୋଲିସ ଏବଂ ସିଆର୍ପିଏଫ୍ ଯବାନମାନେ ସୁରକ୍ଷା ବ୍ୟବସ୍ଥା ତାରଖ କରୁଥିବା ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version