Site icon Odisha.com

ସମ୍ବଲପୁର: ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ନଭେମ୍ବର ୫(ଓଡ଼ିଶା ଡ଼ଟ୍ କମ୍) ବହୁ ହିଂସାକାଣ୍ଡରେ ସଂପୃକ୍ତ ଜଣେ ମାଓବାଦୀକୁ ସମ୍ବଲପୁରରୁ ଗିରଫ କରିଥିବା ପୋଲିସ ଶନିବାର କହିଛି ।

ନିକଟରେ ଜିଲ୍ଲାରେ ଏକ ଘରୋଇ କମ୍ପାନୀର ଗାଡ଼ି ପୋଡ଼ି ଘଟଣାରେ ସଂପୃକ୍ତ ମାଓବାଦୀ ଆର୍ତକୁ ଗିରଫ କରିବା ସହ ତାଠାରୁ ଜିଲୋଟିନ୍, ଡ଼ିଟୋନେଟର, ତାର, ବ୍ୟାଟେରୀ ଓ ମାଓ ସଂପର୍କିତ କାଗଜପତ୍ର ଜବତ କରିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ପୂର୍ବରୁ ସେ ଗିରଫ ହୋଇ ୨୦୦୫ରୁ ଜେଲରେ ଥିଲା ଏବଂ ୨୦୦୯ରେ ଜାମିନରେ ଆସି ପୁଣି ମାଓବାଦୀ
କାର୍ଯ୍ୟକଳାପରେ ସଂପୃକ୍ତ ହୋଇଥିଲା, ସେ କହିଛନ୍ତି । ତାର ଘର ଯୁଯୁମରା ଅଂଚଳରେ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଥାନାରେ ତା’ନାମରେ ୧୫ରୁ ଉଦ୍ଧ୍ୱର୍ ମାମଲା ରହିଛି ।

ଓଡ଼ିଶା ଡ଼ଟ୍ କମ୍ ।

Exit mobile version