Site icon Odisha.com

ଉମରକୋଟ ଉପନିର୍ବାଚନ ପାଇଁ ଆଚରଣବିଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଚରଣବିଧି ଲାଗୁ ହୋଇଛି ।

ଡିସେମ୍ବର ୪ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହା ଜାରି ରହିବ । ନାମାଙ୍କନ ପତ୍ର ଦାଖଲର ଶେଷର ତାରିଖ ୧୨ ହୋଇଥିବା ବେଳେ ୧୪ରେ ପ୍ରାର୍ଥୀପତ୍ର ଯାଂଚ ଓ ୧୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ରହିଛି ।

ସେହିଭଳି ଭୋଟ ଗ୍ରହଣ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଉମରକୋଟ ନିର୍ବାଚନ ମଣ୍ଡଳୀରେ ସରକାରୀ ଭାବେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରାଯିବନାହିଁ ।

ଆସନ ପାଇଁ ପ୍ରାର୍ଥୀ ଚୟନ କରିବା ନେଇ ବିଭିନ୍ନ ଦଳର ନେତାମାନେ ସେହି ଅଂଚଳ ଗସ୍ତକରି କର୍ମୀମାନଙ୍କ ସହ ଆଲୋଚନା କରିବା ସହିତ ମତାମତ ଲୋଡ଼ିଛନ୍ତି । ଏହି ଆସନରେ ଉପନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିର୍ବାଚନ ଗଠନ କରାଯାଇଛି ।

ପୂର୍ବତନ ବିଧାୟକ ଧର୍ମୁ ଗଣ୍ଡଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରଥିବା ବେଳେ ଏବେ ଦଳର ବରିଷ୍ଠ ନେତାମାନେ ସଂପୃକ୍ତ ଅଂଚଳରେ ସଂପର୍କରେ ଲାଗିଛନ୍ତି । ଛତିଶଗଡ଼ରେ ବିଜେପି ସରକାର ଥିବାରୁ ଏହି ଅଂଚଳର ନେତୃବୃନ୍ଦ ଓ ମନ୍ତ୍ରୀମାନେ ଧର୍ମୁଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି ।

ଉମରକୋଟ ନିର୍ବାଚନ ମଣ୍ଡଳୀରେ ଦୁଇ ଲକ୍ଷ ୧୬ ହଜାର ୩୯ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ଅନୁସୂଚିତ ଜନଜାତି ଭୋଟରଙ୍କ ସଂଖ୍ୟା ଏକ ଲକ୍ଷ ୬ ହଜାର ୧୧୮, ଅନୁସୂଚିତ ଜାତି ଭୋଟରଙ୍କ ସଂଖ୍ୟା ୩୬ ହଜାର ୨୧୫ ଓ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୩ ହଜାର ୭୮୦ ।

ଓଡ଼ିଶା ଡ଼ଟ୍ କମ୍

Exit mobile version