Site icon Odisha.com

ପାରାଦ୍ଵୀପ ଉପକୂଳରେ ନୌସେନାର ସମରାଭ୍ୟାସ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) ଭାରତୀୟ ନୌସେନାକୁ ସାଧାରଣ ଲୋକଙ୍କ ନିକଟତର କରାଇବା ପାଇଁ ପାରାଦ୍ଵୀପ ଉପକୂଳରେ ରବିବାର ସମରାଭ୍ୟାସ କରାଯାଇଛି ।

ସେନାବାହୀନୀର ଛଅଟି ଜାହାଜ ଏହି ସମରାଭ୍ୟାସରେ ସାମଲି ହୋଇଥିବା ବେଳେ ବନ୍ଦର ସହର ପାରାଦ୍ଵୀପ
ତଥା ଆଖପାଖ ଅଞ୍ଚଳର ସବୁ ବର୍ଗର ଲୋକମାନେ ଏହା ଦେଖି ଉପଭୋଗ କରିଛନ୍ତି ।

ଯୁଦ୍ଧ ତଥା ଶାନ୍ତି ସମୟରେ ଭାରତୀୟ ନୌସେନାର କାର୍ଯ୍ୟ ଦକ୍ଷତା ଉପରେ ଲୋକଙ୍କୁ ସଚେତନ କରାଇବା
ପାଇଁ ଏଭଳି ସମରାଭ୍ୟାସର ଆୟୋଜନ କରାଯାଇଛି ।

ଆଇଏନ୍ଏସ୍ ଐରାବତ, ଆଇଏନ୍ଏସ୍ ଶିବାଲିକ, ଆଇଏନ୍ଏସ୍ ରଣଜିତ୍, ଆଇଏନ୍ଏସ୍ ରଣବୀର, ଆଇଏନ୍ଏସ୍ କାରମୁକ ଏବଂ କୁଠାର ଯୁଦ୍ଧ ଜାହାଜ ସମରାଭ୍ୟାସରେ ସାମିଲ ହୋଇଛନ୍ତି ।

ଯୁଦ୍ଧ ଜାହାଜ ଗୁଡ଼ିକ ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶନ କରିଛନ୍ତି । ସମରଭ୍ୟାସ ସମୟରେ ଗୋଟିଏ ଜାହାଜକୁ ଅନ୍ୟଦୁଇଟି ଜାହାଜ ଆକ୍ରମଣ କରିବାର କୌଶଳ ପ୍ରଦର୍ଶନ କରାଯାଇଛି ।

ସମରାଭ୍ୟାସ ଯୋଗୁଁ ପୋଲିସ, ସାମୁଦ୍ରିକ ପୋଲିସ, ତଟରକ୍ଷୀବାହୀନୀ ଏବଂ ବନ୍ଦର କର୍ମଚାରୀ ଯୁଦ୍ଧ ଜାହାଜ ବିଷୟରେ ଅଧିକ ଜାଣି ପାରିବେ ବୋଲି ଜଣେ ଅଧିକାରୀ କହିଛନ୍ତି ।

ଏହି ସମୟରେ ବନ୍ଦରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ପାଞ୍ଚ ଘଣ୍ଟାଧରି ଏହା ଦେଖିଥିଲେ । ସମରାଭ୍ୟାସକୁ ଦୃଷ୍ଟିରେ ରଖି ପାରାଦ୍ଵୀପ ତଥା ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version