Site icon Odisha.com

୪୧ ବର୍ଷ ପରେ ସିପିଆଇ-ଏମ୍ଏଲ୍ର ନବମ କଂଗ୍ରେସ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)  ଦୀର୍ଘ  ୪୧ ବର୍ଷ ପରେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ସିପିଆଇ-ଏମ୍ଏଲ୍ର ନବମ କଂଗ୍ରେସ ଅନୁଷ୍ଠିତ ହୋଇଛି ।

୧୯୭୦ରେ ଏହାର ଅଷ୍ଟମ କଂଗ୍ରେସ କଲିକତା ଠାରେ ଅନୁଷ୍ଠିତ ହୋଇଥିଲା ଏବଂ ପରେ ଦଳ ମଧ୍ୟରେ ମତଭେଦ ଦେଖା ଦେବାରୁ କୌଣସି କାର୍ଯ୍ୟକ୍ରମ କରାଯାଇନଥିଲା ।

ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି କଂଗ୍ରେସ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧୨ଟି ଦେଶ ତଥା ୧୯ଟି ରାଜ୍ୟରୁ କର୍ମକର୍ତାମାନେ ଯୋଗ ଦେଇଛନ୍ତି ।

ମାଓବାଦୀଙ୍କ କାର୍ଯ୍ୟକଳାପକୁ ଦଳ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ଶେରେ ରାମ୍, ଦୁର୍ନୀତି, ବେକାରୀ ଏବଂ ପ୍ରାକୃତିକ ସଂପଦର ଲୁଣ୍ଠନ ପାଇଁ ସାଧାରଣ ଜନତା ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଏହାର ଅବସାନ ପାଇଁ ତୀବ୍ର ଜନ ଆନ୍ଦୋଳନ ଜରୁରୀ ବୋଲି ରାଷ୍ଟ୍ରଭାଷା ପ୍ରଚାର ସମିତି ପଡ଼ିଆ ସ୍ଥିତ ମଣ୍ଡପରେ ଅନୁଷ୍ଠିତ ସର୍ବଭାରତୀୟ କଂଗ୍ରେସ ଅବସରରେ ଉପସ୍ଥିତ ନେତାମାନେ କହିଛନ୍ତି ।

“”ସିପିଆଇ ଏବଂ ସିପିଏମ୍ର କୌଣସି ନୀତି ଆଦର୍ଶ ନାହିଁ । ସେମାନେ ସରକାରରେ ସାମିଲ ହୋଇ କ୍ଷମତାରେ ଅଛନ୍ତି । ସେମାନେ ସରକାରଙ୍କ କେତେକ ନୀତିକୁ ବିରୋଧ କଲେ ମଧ୍ୟ ଏହାର କୌଣସି ମାନେ ନାହିଁ । ସରକାରରେ ରହିବା ପରେ ନାମକୁ ମାତ୍ର ବିରୋଧ କରିବାରେ କୌଣସି ଯଥାର୍ଥ ନାହିଁ” ଳର ସାଧାରଣ ସଂପାଦକ କେ.ଏନ୍.ରାମଚନ୍ଦ୍ରନ ଏହି ଅବସରରେ କହିଛନ୍ତି ।

ସାଧରଣ ଜନତାଙ୍କୁ ଶୋଷଣ ଓ କଷଣରୁ ମୁକ୍ତି ଦେବା ପାଇଁ ଗଣତାନ୍ତ୍ରିକ ଆନ୍ଦୋଳନ ମାଧ୍ୟମରେ କ୍ରାନ୍ତି ଅଣାଯାଇ ପାରିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version