Site icon Odisha.com

ବାଲିଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି, ୪ କୋଟି ଟଙ୍କାର ବୀମା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ଐତିହାସିକ ବାଲିଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଚଳିତ ବର୍ଷ ଏଥିପାଇଁ ଚାରି କୋଟି ଟଙ୍କାର ବୀମା କରାଯାଇଛି ।

ଆସନ୍ତା ୧୦ ରୁ ୧୬ ତାରିଖ ପର୍ଯ୍ୟନ୍ତ କଟକ ବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ଏହି ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ôଚଥିବା ଜଣେ ଅଧିକାରୀ କହିଛନ୍ତି ।

ପରିମଳ , ପାନୀୟ ଜଳ, ସ୍ୱାସ୍ଥ୍ୟ ତଥା ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମୋଟ୍ ୩୮ ଏକର ଜମିରେ ଆୟୋଜିତ ଏହି ଯାତ୍ରାରେ ଚଳିତ ବର୍ଷ ୧୩୨୮ଷ୍ଟଲ ହେବ ।

ଜିଲ୍ଲା ପ୍ରଶାସନ ଓ ଓର୍ମାସର ମିଳିତ ସହଯୋଗରେ ଗାନ୍ଧୀ ଶିଳ୍ପବଜାରରେ ଏକ ବଡ଼ ଷ୍ଟଲ ଖୋଯାଇଛି । ଏହା ଯାତ୍ରାରେ ଲୋକଙ୍କ ମୁଖ୍ୟ ଆକର୍ଷଣ ହେବ ବୋଲି ସେ କହିଛନ୍ତି ।

ଓଡ଼ିଶା ସମେତ ୨୫ଟି ରାଜ୍ୟର ହସ୍ତଶିଳ୍ପ, ଟେରାକୋଟା, ଶାଢି, କାଠଶିଳ୍ପ, ବୟନଶିଳ୍ପ ସହିତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେବ । ଏହାସହିତ ଆଦିବାସୀ ଅଳଙ୍କାର ତଥା ସାମଗ୍ରୀ ମଧ୍ୟ ଏହି ଷ୍ଟଲ ଗୁଡ଼ିକରେ ଖେିବାକୁ ମିଳିବ ।

ଏହି ସାତଦିନ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୮ଟି ଳ ଅଂଶଗ୍ରହଣ କରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଯାତ୍ରାରୁ ସମୁଦାୟ ୬୦ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ହେବ ବୋଲି ଜିଲ୍ଲା ପ୍ରଶାସନ ଆଶା ପ୍ରକାଶ କରିଛି । ଯାତ୍ରାରେ ପଲିଥିନକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଷ୍ଟଲ ଗୁଡ଼ିକ ଠାରୁ ଲେଖା ନିଆଯାଇଛି ।

ବାଲିଯାତ୍ରା ସଂପର୍କରେ ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ୱେସାଇଟ୍ ଖୋଲାଯିବ ଏବଂ ମନୋରଂଜନ କାର୍ଯ୍ୟକ୍ରମ ସହିତ ଷ୍ଟଲ ଗୁଡ଼ିକର ସଂପୂର୍ଣ୍ଣ ତଥ୍ୟ ଏଥିରେ ପ୍ରକାଶ ପାଇବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version