Site icon Odisha.com

କଂଗ୍ରେସ କାର୍ଯ୍ୟାଳୟ ପୋଡ଼ିକୁ ନେଇ ଉତେଜନା

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଠାରେ କଂଗ୍ରେସ ଦଳର ଏକ ନିର୍ବାଚନ କାର୍ଯ୍ୟାଳୟକୁ କେତେକ ଦୁର୍ବୃତ ପୋଡ଼ି ଦେଇଥିବା ବେଳେ ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଛି ।

ପୌରାଂଚଳର ୨୧ ନମ୍ବର ୱାର୍ଡ଼ରେ ଥିବା କାର୍ଯ୍ୟାଳୟକୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତମାନେ ପୋଡ଼ିେଇଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର, ନିର୍ବାଚନ ପୋଷ୍ଟର ଆଦି ପୋଡ଼ି ନଷ୍ଟ ହୋଇଯାଇଛି ।

ଶାସକ ଦଳର ସ୍ଥାନୀୟ କର୍ମୀମାନେ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି ବୋଲି ଏହି ୱାର୍ଡ଼ର କଂଗ୍ରେସ ପ୍ରାର୍ଥି ଲାଉଡ଼ି ଟୁଟୁ କେନ୍ଦ୍ରାପଡ଼ା ଥାନାରେ ମଙ୍ଗଳବାର ଅଭିଯୋଗ କରିଛନ୍ତି ।

ଏହି ଘଟଣା ପରେ ମହିପାଳ ଗ୍ରାମ ତଥା ଆଖପାଖ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଦୋଷୀଙ୍କୁ ଗିରଫ ।ବିରେ ପ୍ରାୟ ତିନି ଶହ କଂଗ୍ରେସ ସମର୍ଥକ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ମଙ୍ଗଳବାର କେନ୍ଦ୍ରାପଡ଼ାରେ ନିର୍ବାଚନ କାର୍ଯ୍ୟାଳୟ ପୋଡ଼ି ଘଟଣାରେ ଶାସକ ବିଜେଡ଼ି ଦଳକୁ ସମାଲୋଚନା କରିଛନ୍ତି ।

୧୪୨ ବର୍ଷର ଏହି ପୌରାଂଚଳ ପାଇଁ ୭୫ ଜଣ ପ୍ରାର୍ଥୀ ନିର୍ବାଚନ ଦୌଡ଼ରେ ଅଛନ୍ତି । ଘଟଣାର ତନ୍ତ ଚାଲିଛି ବୋଲି କେନ୍ଦ୍ରାପଡ଼ା ଥାନା ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version