ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) କାର୍ତିକ ପୂର୍ଣ୍ଣିମା, ପଂଚୁକ ତଥା ଛାଡ଼ଖାଇ ପାଇଁ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଏବଂ ବ୍ରହ୍ମପୁର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ମଙ୍ଗଳବାର କୁହାଯାଇଛି ।
ବ୍ରହ୍ମପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ବ୍ରହ୍ମପୁରରୁ ୯ ତାରିଖଦିନ ୧ଟାରେ ବାହାରି ସେହିଦିନ ୭.୩୦ରେ ପୁରୀରେ ପହଂଚିବ । ଫେରିବା ବେଳେ ଟ୍ରେନ୍ଟି ପୁରୀରୁ ୧୦ ତାରିଖ କାର୍ତିକ ପୂର୍ଣ୍ଣିମାଦିନ ୧୧ଟାରେ ବାହାରି ୧୧ ତାରିଖ ଭୋର ୫ଟାରେ ବ୍ରହ୍ମପୁରରେ ପହଂଚିବ ।
ସେହିପରି ଅନ୍ୟ ଏକ ଯାତ୍ରୀବାହୀ ଟ୍ରେନ୍ ୧୧ ତାରିଖ ଛାଡ଼ଖାଇଦିନ ୯ଟାରେ ପୁରୀରୁ ବାହାରି ସେହିିଦିନ ୨ଟା ୩୦ରେ ବ୍ରହ୍ମପୁରରେ ପହଂଚିବ । ଏହି ଯାତ୍ରୀବାହୀ ଟ୍ରେନ ଗୁଡ଼ିକ ପୁରୀ-ବ୍ରହ୍ମପୁର ମଧ୍ୟରେ ସମସ୍ତ ଷ୍ଟେସନରେ ରହିବ ।
ଓଡ଼ିଶା ଡ଼ଟ୍ କମ୍