Site icon Odisha.com

ଟ୍ରକ୍ ରେ ଖଣିଜ ପଦାର୍ଥ ପରିବହନ ବନ୍ଦ ପ୍ରତିବାଦରେ ଘେରାଉ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର,ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ଟ୍ରକ୍ ଯୋଗେ ଖଣିଜ ପଦାର୍ଥ ପରିବହନ ବନ୍ଦ ନିଷ୍ପତିକୁ ବିରୋଧ କରି ମଙ୍ଗଳବାର କେନ୍ଦୁଝରରେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି ।

ଜିଲ୍ଳା ଟ୍ରକ ମାଲିକ ସଂଘ,ଯୋଡା ଟ୍ରକ ମାଲିକ ସଂଘ ଓ ବଡବିଲ ଟ୍ରକ ମାଲିକ ସଂଘର ମିଳିତ ଡାକରାରେ ପ୍ରାୟ ୧୦ ହଜାରରୁ ଅଧିକ ଟ୍ରକ ମାଲିକ ସର ମହକୁମା ଠାରେ ଏକତ୍ରିତ ହୋଇଥିଲେ ।

ପରେ ସେମାନେ ସଂଘ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଳାପାଳଙ୍କ କାର୍ଯାଳୟ ନିକଟକୁ ଆସି ସେଠାରେ ଏକ ସମାବେଶର ଆୟୋଜନ କରିଥିଲେ ।

ଆନ୍ଦୋଳନକୁ ଜିଲ୍ଳାର ସମସ୍ତ ରାଜନୈତିକ ଦଳମତ ନିର୍ବିଶେଷରେ ସମର୍ଥନ କରିଥିବା ବେଳେ ଏହାକୁ ସଫଳ କରିବା ପାଇଁ ସେମାନେ ଆହ୍ୱାନ ଦେଇଥିଲେ । ଯାଜପୁରରେ ମଧ୍ୟ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଶୋଭାଯାତ୍ରା କରାଯାଇ ଜିଲ୍ଲାପାଳଙ୍କୁ ଦ।ବି ପତ୍ର ପ୍ରଦାନ କରାଯାଇଛି ।

ସରକାର ଏ ଦିଗରେ ଯଦି କୌଣସି ନିଷ୍ପତି ନ ନିଅନ୍ତି ତେବେ ଆସନ୍ତା ୧୪ ତାରିଖରେ ବିଭିନ୍ନ ସ୍ଥାନରେ ରେଳ ରୋକ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଟ୍ରକ୍ ଯୋଗେ ଖଣିଜ ପଦାର୍ଥ ପରିବହନ ବନ୍ଦ ନିଷ୍ପତିକୁ ବିରୋଧ କରି ଗତ ୩୧ ତାରିଖରେ କେନ୍ଦୁଝର ଜିଳ୍ଲା ବନ୍ଦ ଡ଼ାକରା ଦିଆଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version