• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅଗରବତୀ ଉ୍ୟାଦେଗ ମହିଳାଙ୍କୁ କରିଛି ସ୍ୱାବଲମ୍ବୀ

November 9, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍:ଆଶିଷ ସେନାପତି

କେନ୍ଦ୍ରାପଡ଼ା,ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଗ୍ରାମର କେତେକ ମହିଳା ଅଗରବତୀ କ୍ଷୁଦ୍ର ଶିଳ୍ପ ଉ୍ୟାଦେଗ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।

୩୪ ବର୍ଷ ବୟସ୍କା ନଳୀନି ମହାନ୍ତି କୌଣସି ପ୍ରଶିକ୍ଷଣ ନନେଇ ଅଗରବତୀ ଉ୍ୟାଦେଗ କରି ତାଙ୍କ ଗାଁ ସହିତ ଆଖପାଖ ଗାଁ ମାନଙ୍କର ପ୍ରାୟ ୮୦୦ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି ।

ନଳୀନି ପ୍ରଥମେ ୨୦୦୭ରେ ୧୫ଜଣ ମହିଳାଙ୍କୁ ନେଇ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିଷ୍ଟା କରି ବ୍ୟବସାୟ ଆରମ୍ଭ କରିଥିଲେ । ବର୍ତମାନ ଏହା ବୃଦ୍ଧି ପାଇ ୮୦୦ ମହିଳାଙ୍କ ଦ୍ୱାରା୫୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ହୋଇଛି ।

ନଳୀନିଙ୍କ ଭାଇ ଅଗରବତୀ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିବା ମିଶ୍ରଣର ଭାଗମାପ ଜାଣିଥିଲେ । ଏହା ଜାଣି ତାଙ୍କ ଭଉଣୀ ତାଙ୍କୁ ଏକ ଉ୍ୟାଦେଗ ଆରମ୍ଭ କରିବାପାଇଁ କହିଥିଲେ । ଉଭୟ ବ୍ୟାଙ୍କରୁ ଋଣ ନେଇରିଜିଓନାଲ କୋ-ଅପରେଟିଭ୍ ମାର୍କେଟିଙ୍ଗ୍ ସୋସାଇଟି ଏକ ଗେ।ଦ।ମ ଘରକୁ ଭଡ଼ା ସୂତ୍ରରେ ନେଇ ସେଠାରେ ଏହି ଉ୍ୟାଦେଗ ଆରମ୍ଭ କରିଥିଲେ ।

ଏହି ବ୍ରାଣ୍ଡ ଅଗରବତୀର ନା “ଭକ୍ତି’ ରଖାଯାଇଛି । କଳା,ନାଲି ଓ ଧୂସର ରଙ୍ଗରେ ଏହାକୁ ତିଆରି କରାଯାଉଛି । ଏଥିରେ ବର୍ତ୍ତମାନ ବିଭିନ୍ନ ପ୍ରକାରର ସୁଗନ୍ଧିତ ବାସ୍ନା ଦିଆଯାଇ ସୁନ୍ଦର ଭାବରେ ପ୍ୟାକେଟ୍ କରାଯାଇ ବଜାରରେ ବିକ୍ରି କରାଯାଉଛି ।

ତାଙ୍କ ସଂସ୍ଥା ଏବେ ମାସିକ ପ୍ରାୟ ୨୦ ହଜାର ଟଙ୍କା ଲାଭ କରୁଛି । ଯାହାକି ଏଥିରେ ସଂପୃକ୍ତ ଥିବା ମହିଳାଙ୍କୁ ମାସିକ ୧୫୦୦ ଟଙ୍କାରୁ ୨୦୦୦ ଟଙ୍କା ଯାଏଁ ରୋଜଗାରର ପନ୍ଥା ହୋଇଛି । ମହିଳାମାନେ ନିଜର ଗୃହକାର୍ଯ୍ୟ ବ୍ୟତୀତ ଦୈନିକ ୪ରୁ ୬ଘଣ୍ଟା ସମୟ ଏହି ଉ୍ୟାଦେଗରେ ଦେଇଥାନ୍ତି ।

“”ଏହି ଉ୍ୟଦେଗ ଦ୍ୱାରାଏତେ ସଂଖ୍ୟାରେ ମହିଳା ଉପକୃତ ହେଉଥିଲେ ମଧ୍ୟ କଞ୍ଚାମାଲର ଅଭାବ ଓ ନୂତନ ଭାବେ ଗଢି ଉଠିଥିବା ଅନ୍ୟାନ୍ୟ ଉ୍ୟାଦେଗର ପ୍ରତିଦ୍ୱନ୍ଦିତା ଆରମ୍ଭ ହେଲାଣି । ତେଣୁ ଆମକୁ ଯଦି କୌଣସି ପ୍ରକାର ଆର୍ଥିକ ସହାୟତା ମିଳେ,ତାହା ଏହି ଉ୍ୟାଦେଗକୁ ଆଗକୁ ବଢାଇବାରେ ସହାୟକ ହେବ ” ନଳୀନି କହିଛନ୍ତି ।

“”ଏହି କାର୍ଯ୍ୟ କରି ମହିଳାମାନେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇପରିଥିବାରୁ ସେମାନଙ୍କୁ ଦୈନନ୍ଦିନ ଘରଖର୍ଚ୍ଚ ପାଇଁ ଆଉ ସ୍ୱାମୀଙ୍କ ନିକଟରେ ହାତ ପତାଇବାକୁ ପଡ଼ୁନାହିଁ ”ସେ କହିଛନ୍ତି ।

“”ସେମାନଙ୍କୁ ଋଣ ଯୋଗାଇ ଦେବା ଦ୍ୱାରାସେମାନେ ଏହିଭଳି କ୍ଷୁଦ୍ର ଶିଳ୍ପ ଉ୍ୟାଦେଗ ପ୍ରତିଷ୍ଟା କରି ସ୍ୱାବଲମ୍ବୀ ହୋଇପାରୁଛନ୍ତି’ବଡ଼ବାରଙ୍ଗ ଗ୍ରାମର ମା ଶାରଙ୍ଗ ଏସ୍.ଏଚ୍.ଜି.ର ସେକ୍ରେଟାରୀ ଟିକିନା ସେଠୀ କହିଛନ୍ତି ।

“”ଆମର ଏସ୍.ଏଚ୍.ଜି.ମୋଟ୧୫ଜଣ ମହିଳାଙ୍କୁ ନେଇ ଗଠିତ । ଏଠାରେ ଅଗରବତୀ ପ୍ରସ୍ତୁତି ହେବାଠରୁ ଆରମ୍ଭ କରି ଏହାର ପ୍ୟାକେଜିଂ ଓ ବିକ୍ରୟ ସମସ୍ତ କାର୍ଯ୍ୟ ମହିଳାମାନେ ତୁଲାଇଥାଆନ୍ତି । ଏହାଦ୍ୱାରାସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି”ବୋଲି ଜଗନ୍ନାଥପୁର ଗ୍ରାମର ଜୀଯାବାଇ ଏସ୍.ଏଚ୍.ଜି. ର ସେକ୍ରେଟାରୀ ସସ୍ମିତା ମହାନ୍ତି କହିଛନ୍ତି ।

ଏହି ଏସ୍.ଏଚ୍.ଜି.ଗୁଡ଼ିକ ଗାଁ ସ୍ତରରେ କାର୍ଯ୍ୟ କରୁଥିଲେ ମଧ୍ୟ ଏହା ଦାରିଦ୍ର ଦୁରୀକରଣରେ ସହାୟକ ହେବାସହ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ସହାୟକ ହେଉଛି । ଯେଉଁ ମହିଳାମାନେ ଏକା କେବଳ ଘର ଜଞ୍ଜାଳରେ ବୁଡ଼ି ରହୁଥିଲେ,ସେମାନେ ଏବେ ଘରର ଏରୁଣ୍ଡିବନ୍ଧ ଡ଼େଇଁ ବାହାରକୁ ବାହାରିଲେଣି । ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ଘରର ଦୈନନ୍ଦିନ ଖର୍ଚ୍ଚରେ ଆର୍ଥିକ ସହାୟକ ହୋଇପାରୁଛନ୍ତି ।

“”ଯେଉଁ ଦିନଠାରୁ ମୁଁ ଏହି ଉ୍ୟାଦେଗରେ ଯୋଗେଇ ଆମ ଘରକୁ କିଛି ଆର୍ଥିକ ସାହାର୍ଯ୍ୟ କରିପାରୁଛି,ମୋ ପ୍ରତି ମୋ ସ୍ୱାମୀ ତଥା ପିଲାମାନଙ୍କର ଦୃଷ୍ଟିକୋଣ ବଦଳିବାରେ ଲାଗିଛି । ଆମେ ଏବେ ଘରର ସମସ୍ତ ଖର୍ଚ୍ଚ ଯାଇ ମାସିକ ପ୍ରାୟ ୧୫୦୦ଟଙ୍କା ସଞ୍ଚୟ କରିପାରୁଛୁ । ଯାହାକି ଭବିଷ୍ୟତଃରେ ପିଲାମାନଙ୍କର ପାଠପଢାରେ ସହାୟକ ହେବ” ବୋଲିଦୁଇତାଳ ଗ୍ରାମର ଏସ୍.ଏଚ୍.ଜି.ର ସେକ୍ରେଟାରୀ ସାଗରୀକା ଜେନା କହିଛନ୍ତି ।

“”ମହିଳାମାନେ ଅଧିକ ମାତ୍ରାରେ ଏହିଭଳି ଏସ୍.ଏଚ୍.ଜି. ଗଠନ କରି ଅଗରବତୀ ଶିଳ୍ପ ସହ ଅନ୍ୟାନ୍ୟ କ୍ଷୁଦ୍ର ଶିଳ୍ପ ଗଠନ କରିବା ପାଇଁ ପ୍ରଶାସନ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ସେମାନଙ୍କୁ ଉଚିତ୍ ପ୍ରଶିକ୍ଷଣ ଦିଆଯିବା ନେଇ ପ୍ରେତ୍ସାହନ ଦେଉଛି”ବୋଲି କେନ୍ଦ୍ରପଡ଼ାର ଜିଲ୍ଲାପାଳ ପି.କେ.ପଟ୍ଟନାୟକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଅଗରବତୀ, କେନ୍ଦ୍ରାପଡ଼ା, କ୍ଷୁଦ୍ର ଶିଳ୍ପ

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version