• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଇଚ୍ଛାଧିନ କୋଟାରେ ଘର: ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଅଡ଼ୁଆରେ

November 9, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ଇଚ୍ଛାଧିନ କୋଟାରେ ଘର କରିବା ନେଇ ବର୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ଅଡ଼ୁଆରେ ପଡ଼ିଯାଇଛନ୍ତି ।

ମନ୍ତ୍ରୀଙ୍କ ଇଚ୍ଛାଧିନ କୋଟାରେ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ଠାରୁ ବିଭିନ୍ନ ସମୟରେ ମନ୍ତ୍ରୀମାନେ ଏକାଧିକ ଘର ନେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଉପରେ ଅନୁଧ୍ୟାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବାର ଗୋଟିଏଦିନ ପରେ ଆଇନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି କୋଟାରେଦୁଇଟି ଘର ନେଇଥିବା ଜଣାପଡ଼ିଛି ।

ଆରୁଖ ନିଜେ କୋଟାରେ ଘର ନେଇଥିବା ସ୍ୱୀକାର କରିଥିବା ବେଳେ ପତ୍ନୀ ଓ ତାଙ୍କ ନାମରେଦୁଇଟି ଘର ଆବଂଟିତ ହୋଇଥିବାରୁ ସେଥିରୁ ଗୋଟିଏ ଛାଡ଼ିଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ତେବେ ମିଥ୍ୟା ସତ୍ୟପାଠ ଦ।ଖଲ କରି ଘର ନେଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଘଟଣାର ଅନୁଧ୍ୟାନ କରୁଛନ୍ତି ଏବଂ ସେ ଯାହା ନିର୍ଦ୍ଦେଶ ଦେବେ ତାହା ପାଳନ କରିବି ବୋଲି ଆରୁଖ କହିଛନ୍ତି ।

ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହେଓଙ୍କ କୋଟାରେ ସେ ୨୦୦୭ରେ ପତ୍ନୀଙ୍କ ନାମରେ କଳିଙ୍ଗ ବିହାରରେ ଘର ନେଇଥିବା ବେଳେ ୨୦୦୯ ନିର୍ବାଚନ ପୂର୍ବରୁ ପୋଖରୀପୁଟ ଅଂଚଳରେ ହାଉସିଂ ସ୍କିମରେ ଘର ପାଇଁ ଆବେଦନ କରିଥିଲେ ଓ ନଗରଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ କୋଟାରୁ ଘର ମିଳିଥିଲା ।

ପତ୍ନୀଙ୍କ ନାଁରେ ମିଳିଥିବା ଘର ପାଇଁ ୭ ଲକ୍ଷ ଟଙ୍କା ଏବଂ ନିଜ ନାମରେ ମିଳିଥିବା ଘର ପାଇଁ ପ୍ରଥମେ ୫ ଲକ୍ଷ ଓ ପରେ ୫୯ ଲକ୍ଷ ଟଙ୍କା ଦେଇଥିବା ଆରୁଖ ସ୍ୱୀକାର କରିଛନ୍ତି ।

ତେବେ ଗତ ୨୦୦୯ ନିର୍ବାଚନରେ ସେ ।ଖଲ କରିଥିବା ସତ୍ୟପାଠରେ ତାଙ୍କ ଜମା ଅର୍ଥ ୫ ଲକ୍ଷ ଥିବା ଦର୍ଶାଇଥିଲେ ।

କୋଟାରେ ଦୁଇଦୁଇଟି ଘର ନେବା ଘଟଣାକୁ ନେଇ ବିରୋଧୀ ବିଜେପି ପକ୍ଷରୁ ତାଙ୍କର ଇସ୍ତଫା ଦ।ବି କରାଯାଇ ଥିବାବେଳେ ମନ୍ତ୍ରୀ ତାଙ୍କରଦୁଇଜଣ ସଂପର୍କୀୟଙ୍କ ନାମରେ ଇଚ୍ଛାଧିନ କୋଟାରେ ଆଉଦୁଇଟି ଘର କରାଇଥିବା ବିଜେପି ରାଜ୍ୟ ଉପସଭାପତି ଅଶୋକ ସାହୁ କହିଛନ୍ତି ।

ଆଇନ ଉଲଂଘନ କରି ମନ୍ତ୍ରୀ ଏକାଧିକ ଘର ନେଇଥିବା ମୁଖ୍ୟମନ୍ତ୍ରୀ ଜାଣିଥିଲେ ମଧ୍ୟ କୌଣସି ପଦେକ୍ଷପ ନେଇନାହାନ୍ତି, ତେଣୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଦ।ୟୀ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଏହି ଘଟଣାକୁ ନେଇ ଲୋକପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜନୀତି

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version