Site icon Odisha.com

ଇଚ୍ଛାଧିନ କୋଟାରେ ଘର: ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଅଡ଼ୁଆରେ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ଇଚ୍ଛାଧିନ କୋଟାରେ ଘର କରିବା ନେଇ ବର୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ଅଡ଼ୁଆରେ ପଡ଼ିଯାଇଛନ୍ତି ।

ମନ୍ତ୍ରୀଙ୍କ ଇଚ୍ଛାଧିନ କୋଟାରେ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ଠାରୁ ବିଭିନ୍ନ ସମୟରେ ମନ୍ତ୍ରୀମାନେ ଏକାଧିକ ଘର ନେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଉପରେ ଅନୁଧ୍ୟାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବାର ଗୋଟିଏଦିନ ପରେ ଆଇନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି କୋଟାରେଦୁଇଟି ଘର ନେଇଥିବା ଜଣାପଡ଼ିଛି ।

ଆରୁଖ ନିଜେ କୋଟାରେ ଘର ନେଇଥିବା ସ୍ୱୀକାର କରିଥିବା ବେଳେ ପତ୍ନୀ ଓ ତାଙ୍କ ନାମରେଦୁଇଟି ଘର ଆବଂଟିତ ହୋଇଥିବାରୁ ସେଥିରୁ ଗୋଟିଏ ଛାଡ଼ିଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ତେବେ ମିଥ୍ୟା ସତ୍ୟପାଠ ଦ।ଖଲ କରି ଘର ନେଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଘଟଣାର ଅନୁଧ୍ୟାନ କରୁଛନ୍ତି ଏବଂ ସେ ଯାହା ନିର୍ଦ୍ଦେଶ ଦେବେ ତାହା ପାଳନ କରିବି ବୋଲି ଆରୁଖ କହିଛନ୍ତି ।

ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହେଓଙ୍କ କୋଟାରେ ସେ ୨୦୦୭ରେ ପତ୍ନୀଙ୍କ ନାମରେ କଳିଙ୍ଗ ବିହାରରେ ଘର ନେଇଥିବା ବେଳେ ୨୦୦୯ ନିର୍ବାଚନ ପୂର୍ବରୁ ପୋଖରୀପୁଟ ଅଂଚଳରେ ହାଉସିଂ ସ୍କିମରେ ଘର ପାଇଁ ଆବେଦନ କରିଥିଲେ ଓ ନଗରଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ କୋଟାରୁ ଘର ମିଳିଥିଲା ।

ପତ୍ନୀଙ୍କ ନାଁରେ ମିଳିଥିବା ଘର ପାଇଁ ୭ ଲକ୍ଷ ଟଙ୍କା ଏବଂ ନିଜ ନାମରେ ମିଳିଥିବା ଘର ପାଇଁ ପ୍ରଥମେ ୫ ଲକ୍ଷ ଓ ପରେ ୫୯ ଲକ୍ଷ ଟଙ୍କା ଦେଇଥିବା ଆରୁଖ ସ୍ୱୀକାର କରିଛନ୍ତି ।

ତେବେ ଗତ ୨୦୦୯ ନିର୍ବାଚନରେ ସେ ।ଖଲ କରିଥିବା ସତ୍ୟପାଠରେ ତାଙ୍କ ଜମା ଅର୍ଥ ୫ ଲକ୍ଷ ଥିବା ଦର୍ଶାଇଥିଲେ ।

କୋଟାରେ ଦୁଇଦୁଇଟି ଘର ନେବା ଘଟଣାକୁ ନେଇ ବିରୋଧୀ ବିଜେପି ପକ୍ଷରୁ ତାଙ୍କର ଇସ୍ତଫା ଦ।ବି କରାଯାଇ ଥିବାବେଳେ ମନ୍ତ୍ରୀ ତାଙ୍କରଦୁଇଜଣ ସଂପର୍କୀୟଙ୍କ ନାମରେ ଇଚ୍ଛାଧିନ କୋଟାରେ ଆଉଦୁଇଟି ଘର କରାଇଥିବା ବିଜେପି ରାଜ୍ୟ ଉପସଭାପତି ଅଶୋକ ସାହୁ କହିଛନ୍ତି ।

ଆଇନ ଉଲଂଘନ କରି ମନ୍ତ୍ରୀ ଏକାଧିକ ଘର ନେଇଥିବା ମୁଖ୍ୟମନ୍ତ୍ରୀ ଜାଣିଥିଲେ ମଧ୍ୟ କୌଣସି ପଦେକ୍ଷପ ନେଇନାହାନ୍ତି, ତେଣୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଦ।ୟୀ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଏହି ଘଟଣାକୁ ନେଇ ଲୋକପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version