Site icon Odisha.com

ନୂଆଦିଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ରେ ଗୁରୁବାର ସେଠାରେ ରହୁଥିବା ଓଡ଼ିଆମାନେ ଏକତ୍ରିତ ହୋଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଛନ୍ତି ।

ଗତ ୧୫ ବର୍ଷ ଧରି ଳିତ ଲୋକଙ୍କ ପାଇଁ କାର୍ଯ୍ୟକରି ଆସୁଥିବା ବାଲ ଜାଗୃତି ସଂଘ ପକ୍ଷରୁ ଓଡ଼ିଶାର ପାରମ୍ପରିକ ଡ଼ଙ୍ଗା ଭସା ଏବଂ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି ।

ଭୋର ସକାଳୁ ହୃଷୀକେଶ ପାଣିଗ୍ରାହୀ ଶଂଖ ଧ୍ୱନୀ ଓ ବେଦ ପାଠ କରିବା ପରେ ଉତ୍ସବ ଆରମ୍ଭ କରାଯାଇଥିଲା । କାର୍ତିକ ମାସର ପୂର୍ଣ୍ଣମୀଦିନ ଓଡ଼ିଆ ସାଧବ ପୁଅମାନେ ବେପାର ବଣିଜ କରିବାକୁ ସାତ ଦରିଆପାରି ହୋଇଯାଉଥିଲେ, ଏହି ପରମ୍ପରାକୁ ମନେପକାଇବା ପାଇଁ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥାଏ ।

ଏହିଦିନ ରାଧା କୃଷ୍ଣଙ୍କ ରାଷ ପୂର୍ଣ୍ଣିମା ଉତ୍ସବ ମଧ୍ୟ ସଂଘ ପକ୍ଷରୁ ପାଳନ କରାଯାଇଥାଏ ବୋଲି ବୋଇତ ବନ୍ଦାଣ ଉତ୍ସବର ଅଧ୍ୟକ୍ଷ ତଥା ସଂଘର ସଭାପତି ଗୋବର୍ଦ୍ଧନ ଧଳ କହିଛନ୍ତି ।

ଏହି ଆଧ୍ୟାତ୍ମିକ କାର୍ଯ୍ୟ ଅବସରରେ କସ୍ତୁରୀ ପଟ୍ଟନାୟକଙ୍କ ସଂକଳ୍ପ ଗୃପର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଗୁରୁ ହରିନାରାୟଣ ଓଡ଼ିଶୀ ଭଜନ ପରିବେଷଣ କରିଥିଲେ ।

ସାଧବ ମାନଙ୍କ ନୌବାଣିଜ୍ୟ ପରମ୍ପରା ଅନୁଯାୟୀ ସଂଘ ପକ୍ଷରୁ ସୁସଜ୍ଜିତ ଡ଼ଙ୍ଗା ଭସାଣିର ଆୟୋଜନ କରାଯାଇଥିଲା ଏବଂ ଲୋକମାନେ ଏଥିରେ ବସିଥିଲେ ।

ସାଂସଦ ବୈଷ୍ଣବ ପରିଡ଼ା, ଅମରେନ୍ଦ୍ର ଖଟୁଆ, ସୂର୍ଯ୍ୟମଣି ଖୁନ୍ଟିଆ, ଏନ୍.କେ.ସାହୁ, ଶ୍ରୀଦେବ ନନ୍ଦ, ଅରୁଣ କୁମାର ରଥ, ଜି.ଏସ୍.ପଟ୍ଟନାୟକ, ମୋନିକା ଦ।ଶ, ପି.କେ.ହୋତା, ପି.କେ.ମହାପାତ୍ର ଏବଂ ତୁଷାର ମହାପାତ୍ର ପ୍ରମୁଖ ଉତ୍ସବରେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

Exit mobile version