Site icon Odisha.com

ନକଲି ଆଦିବାସୀ ଚିହ୍ନଟ ଦାବିରେ ଆଦିବାସୀଙ୍କ ମହାମେଳି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ନଭେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ମିଥ୍ୟା ଜାତି ପ୍ରମାଣପତ୍ର ଦେଇ ନିଜକୁ ଆଦିବାସୀ କହୁଥିବା ତଥା ଆଦିବାସୀଙ୍କ ସୁବିଧା ସୁଯୋଗ ପାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ।ଦାବିରେ ଶୁକ୍ରବାର ବଲାଙ୍ଗୀରରେ ଏକ ବିଶାଳ ଆଦିବାସୀ ମହାମେଳି ଅନୁଷ୍ଠିତ ହୋଇଛି ।

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆୟୋଜିତ ସମାବେଶରେ ପଶ୍ଚିମ ଓଡ଼ିଶାର ପ୍ରାୟ ଆଠଟି ଜିଲ୍ଲାର ହଜାର ହଜାର ଆଦିବାସୀ ଏଥିରେ ଯୋଗ ଦେଇଛନ୍ତି ।

ସ୍ଥାନୀୟ କୋଶଳ କଳାମଣ୍ଡପ ପଡ଼ିଆରେ ଆଦିବାସୀ ମହିଳା ଓ ପୁରୁଷମାନେ ଏକତିତ୍ର ହୋଇ
ଶୋଭାଯାତ୍ରାରେ ଯାଇଥିଲେ । ପରେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପ୍ରଶାସନ ସହ ଏସଂପର୍କରେ ବହୁବାର ଆଲୋଚନା କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏହି ମହାମେଳିର ଆୟୋଜନ କରାଯାଇଛି ବୋଲି ଜଣେ ଆଦିବାସୀ ନେତା କହିଛନ୍ତି ।

ଜିଲ୍ଲାରେ ଥିବା ୩୫୬ ଜଣ ନକଲି ଆଦିବାସୀଙ୍କ ତାଲିକା ପ୍ରଶାସନକୁ ଦିଆଯାଇଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାତ୍ର ୩୧ ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ସେ କହିଛନ୍ତି । ଅଣଆଦିବାସୀଙ୍କୁ ଚିହ୍ନଟ ଏବଂ ଜଙ୍ଗଲ ଜମି ଅଧିକାର ପାଇଁ ୨୦୦୮ରୁ ଆଦିବାସୀମାନେ ଆନ୍ଦୋଳନ କରିଆସୁଛନ୍ତି ।

ଏହି ମହାମେଳିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version