Site icon Odisha.com

ଲାଞ୍ଜଥିବା ବିରଳ ଶିଶୁକନ୍ୟା ଦେଖିବାକୁ ଭିଡ଼

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର,ନଭେମ୍ବର୧୨(ଓଡ଼ିଶା ଡ଼ଟ୍ କମ୍)  ଦେହର ପଛଭାଗରେ ଏକ ଚାରିଇଂଚ ଲମ୍ବର ଲାଞ୍ଜ ଥାଇ ଜନ୍ମଗ୍ରହଣ କରିଥିବା ଶିଶୁକନ୍ୟାକୁ ଦେଖିବା ପାଇଁ ଜଗତସିଂହପୁର ସ୍ଥିତ ଡ଼ାକ୍ତରଖାନାରେ ଲୋକଙ୍କ ଭିଡ଼ ଲାଗିଛି ।

ପ୍ରଭୁ ଶ୍ରୀ ହନୁମାନ ଏହି ଶିଶୁକନ୍ୟା ରୂପରେ ଆର୍ବିଭୂତ ହୋଇଛନ୍ତି ବୋଲି କେତେକ ଧର୍ମ ବିଶ୍ୱାସୀ ଲୋକ ମତ ଦେଉଛନ୍ତି । ତେଣୁ ସେଠାରେ ପ୍ରତିିଦିନ ଆର୍ଶୀବାଦ ଗ୍ରହଣ ପାଇଁ ଭିଡ଼ ଜମୁଛି ।

ପାକନପୁର ଗ୍ରାମର ବବିତା ଭୋଇ ନାମକ ଜଣେ ମହିଳା ଗୁରୁବାର ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁଟିକୁ ଦେଖିବା ପରେ ସେ ଚମକି ପଡ଼ିଥିଲେ ।

ସେ ଜନ୍ମ ହେବା ମାତ୍ରେ ତାର ଅସ୍ତ୍ରୋପଚାର କରାଇ ଲାଙ୍ଗୁକୁ କାଟି ବୋ ପାଇଁ ତାର ବାପା ଦୀଲ୍ଲିପ ଭୋଇ ଡ଼ାକ୍ତରଙ୍କୁ ନିବେଦନ କରିଥିଲେ । କିନ୍ତୁ ଶିଶୁଟି ଦୁର୍ବଳ ଥିବା ଦର୍ଶାଇ ଡ଼ାକ୍ତର ଅସ୍ତ୍ରେପଚାର କରିବାକୁ ମନା କରିଥିଲେ । ସେ କିଛିିଦିନ ଅପେକ୍ଷା କରିବା ପାଇଁ ଦୀଲ୍ଲିପଙ୍କୁ ପରାମର୍ଶ ଦେଇଥିଲେ ।

“”ଆମେ କେବେ ବି ଏଭଳି ଶିଶୁ ଦେଖୁନାହୁଁ । ଏହା ଏକ ବିରଳ ଘଟଣା । ଶିଶୁକନ୍ୟାଟିର ଲାଙ୍ଗୁଡ଼ି ରେ ହାଡ଼ ନାହିଁ ଏବଂ ତା’ର ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି”ଶିଶୁ ବିଶେଷଜ୍ଞ ଡ଼ା. ନରହରି ବେହେରା କହିଛନ୍ତି ।

ଏହି ଶିଶୁଟିର ଲାଙ୍ଗୁଡ଼ ଏକ ପ୍ରକୃତ ଲାଙ୍ଗୁଡ଼ ନୁହେଁ । ଏହା ବିବର୍ତ୍ତନ ବାର କୌଣସି ପ୍ରମାଣ ଦର୍ଶାଉନାହିଁ । ଏହା ମଧ୍ୟରେ ଅସ୍ଥି ନାହିଁ କିମ୍ବା ମାଙ୍କଡ଼ଙ୍କ ଭଳି ଏହା ଲୋମଶ ମଧ୍ୟ ନୁହେଁ ବୋଲି ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି ।

“”ଲାଙ୍ଗୁଡ଼ଟି ମେରୁଣ୍ଡ ହାଡ଼ରୁ ଏକ ମାଂସାଳ ଟିଉମର ଭାବେ ହୋଇଥାଇପାରେ,ଏହା ଏମ୍ଆର୍ଆଇ ପରୀକ୍ଷା ଦ୍ୱାରାହିଁ ଜାଣାପଡ଼ିବ । ଏହାର ସଠିକ୍ କାରଣ ଜାଣିବା ପାଇଁ ସ୍ନାୟୁ ବିଜ୍ଞାନୀ ବିଶେଷଜ୍ଞଙ୍କ ସମେତ କେତେଜଣ ଅନ୍ୟାନ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବୁ” ଡ଼ା. ବେହେରା କହିଛନ୍ତି ।

ଏହା ଏକ ବିରଳ ଘଟଣା । ତେଣୁ ଡ଼ାକ୍ତରମାନେ ଶିଶୁଟିର ଉତ୍ତମ ସ୍ୱାସ୍ଥ୍ୟପାଇଁ ସବୁ ପ୍ରକାରର ପକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରବୀନ୍ଦ୍ରନାଥଦାସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version