ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ,ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଗୁମୁଟରୁ ଖସିପଡ଼ିଥିବା ପଥର ସ୍ଥାନରେ ନୂତନ ପଥର ସ୍ଥାପନ କରାଯାଇଥିବା ବେଳେ ଅନ୍ୟ ମରାମତି କାର୍ଯ୍ୟ ଜାରି ରହିଛି ।
ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର କର୍ମଚାରୀଙ୍କ
ତତ୍ୱାବଧାନରେ ପଥର ଖସିଥିବା ସ୍ଥାନରେ ଶୁକ୍ରବାର ନୂତନ ପଥର ସ୍ଥାପନ କରାଯାଇଛି ।
ଗତ ୧ ତାରିଖରେ ପଶ୍ଚିମଦ୍ୱାର ଗୁମୁଟ ଅଁଳାବେଢ଼ାରୁ ପ୍ରାୟ ଏକ ଟନ୍ ଓଜନର ପଥର ଖସି ପଡ଼ିଥିଲା ଓ ଏଥିରେ ଜଣେ ଭକ୍ତ ଆହତ ହୋଇଥିଲେ ।
ଏହି ଘଟଣା ପରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ବିଶେଷଜ୍ଞ ଏବଂ ଅଧୀକ୍ଷକ ପଥର ଖସିଥିବା ସ୍ଥାନ ପରିଦର୍ଶନ କରିଥିଲେ । ପଥର ଖସିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଦେଗ ପ୍ରକାଶ କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ।
ଓଡ଼ିଶା ଡ଼ଟ୍ କମ୍