Site icon Odisha.com

୧୪ରୁ ସପ୍ତାହବ୍ୟାପୀ ପିକକ୍ ଶିଶୁମେଳା

ଭୁବନେଶ୍ୱର, ନଭେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ କଲ୍ଚରାଲ ସେଂଟର(ପିକକ୍) ପକ୍ଷରୁ ଚଳିତ ବର୍ଷ ୨୨ ତମ ଶିଶୁମେଳା ଆୟୋଜିତ ହେବ ।

ଏକାମ୍ର ହାଟରେ ଆସନ୍ତା ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଳାରେ ପ୍ରତ୍ୟେକଦିନ ସଂଧ୍ୟାରେ ଶିଶୁ ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

୨୦ ତାରିଖ ସଂଧ୍ୟା ୫.୩୦ରେ ମେଳାର ଉ୍ୟାପନ ଉତ୍ସବ ସହ ପିକକ୍ ବାର୍ଷିକ ପୁରସ୍କାର ବିତରଣ ଓ
ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯିବ ।

୧୪ ବର୍ଷରୁ କମ୍ ପିଲାମାନଙ୍କ ସାହାସିକତା ପାଇଁ “”ବାଜି ରାଉତ ସମ୍ମାନ” ସମାଜସେବା ପାଇଁ “”ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ” ଏବଂ ବିଭିନ୍ନ କ୍ଷେତ୍ରରେ ପାରର୍ଶିତା ପାଇଁ “” ଡ଼ଃ ପିସି ଦାସ୍ ଶିଶୁ ପ୍ରତିଭା ସମ୍ମାନ ପାଇଁ ନଭେମ୍ବର ୧୫ ମଧ୍ୟରେ ମନୋନୟନ ପତ୍ର ପଠାଇବାକୁ ଅନୁରୋଧ କରାଯାଇଛି ।

ଏହାସହିତ ଭୁବନେଶ୍ୱର ସର୍କଲରେ ବୃତ୍ତି ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ “”କେତକୀ ପଟ୍ଟନାୟକ ସ୍ମାରକୀ ସମ୍ମାନ” ପ୍ରଦାନ କରାଯିବ ।

ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ କିମ୍ବା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଅଧିକ ଜାଣିବା ପାଇଁ ପିକକ୍ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version