Site icon Odisha.com

ଉପନିର୍ବାଚନ: ଶେଷଦିନରେ ତିନି ପ୍ରାର୍ଥୀପତ୍ର ଦାଖଲ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନବରଙ୍ଗପୁର, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ଉପ
ନିର୍ବାଚନ ପାଇଁ ଶନିବାର ପ୍ରାର୍ଥୀପତ୍ର ଦାଖଲର ଶେଷଦିନରେ ତିନି ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବିଜେପି ପ୍ରାର୍ଥୀ ଧର୍ମୁ ଗଣ୍ଡ, କଳିଙ୍ଗସେନାର ବୁଟା ଭତ୍ରା ଓ ସ୍ୱାଧୀନ ପ୍ରାର୍ଥୀ ଧନୁରାମ ଗଣ୍ଡ ଅତିରିକ୍ତ ଜିଲ୍ଲାପାଳତଥା ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ଜଗବନ୍ଧୁ ମାଝିଙ୍କ ସହଯୋଗୀ ସୁବାସ ଗଣ୍ଡ ଏବଂ
କଂଗ୍ରେସ ଦଳର ପ୍ରାର୍ଥୀ ଜିତେନ୍ଦ୍ର ନାଥ ଗଣ୍ଡ ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବିଧାୟକ ଜଗବନ୍ଧୁ ମାଝୀଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିଲା । ଆସନ୍ତା ୩୦ ତାରିଖରେ ଏହି ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version