Site icon Odisha.com

ଜୀବନଦର୍ଶନ ପରିଷସର ବାର୍ଷିକ ପ୍ରତିଭା ପୂଜା ଆସର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭଦ୍ରକ, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାର ପ୍ରତିଷ୍ଠିତ ଆଧ୍ୟାତ୍ମିକ ସାଂସ୍କୃତିକ ଅନୁଷ୍ଠାନ ଜୀବନ ଦର୍ଶନ ପରିଷର ୨୯ତମ ବାର୍ଷିକ ଉତ୍ସବ ଗତ ନଭେମ୍ବର ୨ ତାରିଖ ଠାରୁ ଆରମ୍ଭ ହୋଇ ୧୦ ତାରିଖଦିନ ଉଦ୍ୟାପିତ ହୋଇଛି ।

ପ୍ରଥମଦିନରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଜ୍ୟୋତିର୍ବିଦ ଅକ୍ଷୟ କୁମାର ପତିଙ୍କ ଗହଣରେ ଶତାଧିକ ମହିଳା ଏବଂ ପୁରୁଷ କଳସଯାତ୍ରୀମାନେ ପବିତ୍ର କପାଳି ନଦୀରୁ ଜଳ ଆଣି ମାତୃ ମନ୍ଦିରସ୍ଥ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ ।

ଏହି କଳସ ଯାତ୍ରା ବେଶ୍ ଶୃଙ୍ଖଳିତ, ମନୋରମ ଏବଂ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ସମାପନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ନଅଦିନ ବ୍ୟାପୀ ଚାଲୁରହିଥିଲା ।

ପ୍ରତିଭା ପୂଜା ଉତ୍ସବ ତିନିଦିନ ବ୍ୟାପୀ ଚାଲୁ ରହିଥିଲା । ଉକ୍ତ ଉତ୍ସବକୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଉଦଘାଟନ କରିଥିବା ବେଳେ ଧାମନଗର ପଂଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ ।

ପ୍ରତିଷ୍ଠାତା ଅକ୍ଷୟ କୁମାର ପତି ଅନୁଷ୍ଠାନର ଧାରା ବିବରଣୀ ପାଠ କରିବା ସଂଗେସଂଗେ ଉଦ୍ୟାପନୀ ଦିବସରେ ଯଜ୍ଞ ଉଦ୍ୟାପନ କରିଥିଲେ ।

ସମ୍ବା ସରବରାହ ଏବଂ ପ୍ରଚାର ପ୍ରସାର ପାଇଁ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର କେନ୍ଦ୍ରୀୟବିଦ୍ୟାଳୟ ନଂ ୪ର ବିଶିଷ୍ଟ ଶିକ୍ଷାବିତ୍ ପାର୍ଥ ସାରଥି ରାୟ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା ଅନୁଷ୍ଠାନର ସ୍ଥାୟୀ ସଭାପତି ଆିକନ୍ଦ ପ୍ରଧାନ ତାଙ୍କର ସମସ୍ତ ପ୍ରଚେଷ୍ଟା ଲଗାଇ ଉତ୍ସବକୁ ସରସ ସୁନ୍ଦର  କରିପାରିଥିଲେ ।

ଦ୍ୱିତୀୟ ଦିନ ଅଧ୍ୟାତ୍ମିକ ଭକ୍ତି ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଦୂରର୍ଶନର ସୁନାମଧନ୍ୟ କଣ୍ଠଶିଳ୍ପୀ ରଣଜିତ ମହାପାତ୍ର ଏବଂ ଆକାଶବାଣୀ କଣ୍ଠଶିଳ୍ପୀ ପିତାମ୍ବର ମହାରଣା ।ଦ୍ୱିତୀୟ ଦିବସର ମୁଖ୍ୟ ଆକର୍ଷଣ ଥିବା ପ୍ରତିଭା ପୂଜା ଏବଂ ମନମୋହନ ସଂଗୀତ ପରିଷଦ ପକ୍ଷରୁ
ନାଟ୍ୟ ଏବଂ ଆଧ୍ୟାତ୍ମିକ ସଂଗୀତ ପରିବେଶଣ ।

ପ୍ରତିଭା ପୂଜାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ବିଭିନ୍ନ ବିଭାଗରୁ ସ୍ଥିରିକୃତ କରାଯାଇଥିଲା । ପ୍ରତିଭା ପୂଜା ମଧ୍ୟରେ ଥିଲେ ଭଦ୍ରକର ବର୍ଷୀୟାନ ଆଇନଜୀବୀ ଗୋଲକ ପ୍ରସାଦ ରାୟ, ପ୍ରତାପ ଚନ୍ଦ୍ର ଦାସ ଓ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ଦାସ ।

ଉଦ୍ୟାପନୀ ଦିବସରେ ପ୍ରତିଭା ପୂଜା ଆସରରେ ଥିଲେ ଭୁବନେଶ୍ୱରରୁ ଆମନ୍ତ୍ରିତ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଯୁଗ୍ମ ନିର୍ଦ୍ଦେଶକ ଜ୍ୟେତିଷ ଚନ୍ଦ୍ର ମହାନ୍ତି ଏବଂ ମାସିକ ଶିଶୁ କିଶୋର ପତ୍ରିକା”ଶିଶୁ ପ୍ରତିଭା’ର ସଂପାକ ପ୍ରକାଶ ଚନ୍ଦ୍ର ମଙ୍ଗରାଜ ।

ପ୍ରତିଭା ପୂଜାରେ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ଅତିଥି ମାନଙ୍କୁ ମାନପତ୍ର ସହ ଉପଢ଼ୌକନ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ସମ୍ମାନୀତ ଅତିଥିମାନେ ନିଜ ନିଜର କର୍ମକୌଶଳ ଏବଂ ସାମାଜିକ ମୂଲ୍ୟବୋଧ ସଂପର୍କରେ ସମାଜ ପାଇଁ ଆଦର୍ଶ ମତବ୍ୟକ୍ତ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version